ଘଟଗାଁ/ଢେଙ୍କିକୋଟ : ଘଟଗାଁ ବ୍ଲକ ପିପିଳିଆ ଠାରେ ଆୟୋଜିତ ଦେଶ କରମ୍ ପରବ ଜମୁଛି। ମନ ମୋହୁଛି ସାଂସ୍କୃତିକ କାର୍ଯ୍ୟକ୍ରମ। ଗୁରୁବାର ଦିନ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ଚମ୍ପୁଆ ବିଧାୟିକା ମୀନାକ୍ଷୀ ମହାନ୍ତ ଝୁମର ଗୀତର ତାଳେତାଳେ ନୃତ୍ୟ ପରିବେଷଣ କରିଥିଲେ। ଯାହା ଦର୍ଶକଙ୍କୁ ବେଶ ଆମୋଦିତ କରିଥିଲା।
/sambad/media/post_attachments/wp-content/uploads/2022/10/karam-puja-750x430.jpg)
ଗୁରୁବାର ଦିନ ମୁଖ୍ୟଅତିଥି ଭାବେ ଚମ୍ପୁଆ ବିଧାୟିକା ମୀନାକ୍ଷୀ ମହାନ୍ତ, ସମ୍ମାନିତ ଅତିଥି ଭାବେ ଉପେନ୍ଦ୍ର ମହାନ୍ତ, ଅବସରପ୍ରାପ୍ତ ଉପ ଶ୍ରମ ଆୟୋଗର ଅଧିକାରୀ ଡ଼. ମଦନମୋହନ ମହାନ୍ତ, ଅବସରପ୍ରାପ୍ତ ଅଧ୍ୟକ୍ଷ ଏଏସ ମହାବିଦ୍ୟାଳୟ ପଦ୍ମଲୋଚନ ମହାନ୍ତ, ସଭାପତି ଆଦିମ କୁଡୁମି ମହାସଙ୍ଘ ଓଡ଼ିଶା ବକ୍ତା ଭାବେ ମନୋଜ ମହାନ୍ତ, ସଭାପତି ଆଦିବାସୀ କୁଡୁମି ସମାଜ, ବଣେଇ ଝୁମର ମେଲୋଡିର ମୁଖ୍ୟ ସଂଜୀବ ବଂସରିଆର ଚକ୍ରଧର ମହାନ୍ତ, ବିଶ୍ୱ ଝୁମର ଆଖଡା, ବେତନଟି, ରାଇରଙ୍ଗପୁର ସମ୍ବାଦ ପ୍ରତିନିଧି ତୁଷାରକାନ୍ତ ମହାନ୍ତ, ଦିବ୍ୟସିଂହ ମହାନ୍ତ, ଜିତନମଣି ମହାନ୍ତ(ଜିତନୀ)ପ୍ରମୁଖ ଯୋଗଦେଇ ଦେଶ କରମ୍ ଉପରେ ଆଲୋକପାତ କରିଥିଲେ। କୁଡୁମି ସମ୍ପ୍ରଦାୟର ଓଜେଏସ ମନ୍ଦିରା ମହାନ୍ତଙ୍କୁ ସମ୍ମାନିତ କରଯାଇଥିଲା।
ଏହି ଅବସରରେ ଚମ୍ପୁଆ ବିଧାୟିକା ମୀନାକ୍ଷୀ ମହାନ୍ତ କହିଥିଲେ ଯେ ସବୁଦିନ ଏଇଭଳି ଏକଜୁଟ ହେଲେ ସଂସ୍କୃତି ଓ ପରମ୍ପରାକୁ ବଞ୍ଚାଇପାରିବା। କରମତି ଝିଅଙ୍କ ସହ ମିଶି ଜାୱା ଗୀତ ଏବଂ ଝୁମରର ତାଳେ ତାଳେ ନାଚିଥିଲେ। ଭବାନୀ ପ୍ରସାଦ ମହାନ୍ତ ଓ ବିଦ୍ୟୁତ ଲତା ମହାନ୍ତକୁ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମରେ ଦେଶ ପରବ କମିଟି ତଥା ଡ୍ରାଇଭର ମହାସଂଘ ଦ୍ୱାରା ସେବା ପ୍ରଦାନ କରାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/10/karam-puja2.jpg)