ପୁରୀ: ଚଳିତବର୍ଷ କାର୍ତ୍ତିକ ବ୍ରତ ଓ ବାଳଧୂପ ନୀତି ନିର୍ଘଣ୍ଟକୁ ଛତିଶା ନିଯୋଗ ମୋହର ମାରିଛି। ଭୋ୍ର ୪ଟାରୁ ଦ୍ୱାର ଫିଟା ହେବ। କାର୍ତ୍ତିକ ମାସପରେ ନାଟମଣ୍ଡପରେ ଧାଡି ଦର୍ଶନ କରାଯିବ। ଖୁବଶୀଘ୍ର ଦିବ୍ୟାଙ୍ଗ ଦର୍ଶନ ପାଇଁ ଏସଓପି ଜାରି ହୋଇଛି।ଶ୍ରୀମନ୍ଦିର ଭିତରେ ମୋବାଇଲ ଫୋନ୍ ବ୍ୟବହାର ଉପରେ କଟକଣା ଲାଗୁ ହୋଇଛି। ଖୁବଶୀଘ୍ର ଗୋଟିଏ ଗାଇଡଲାଇନ୍ ଆସିବ।
ପ୍ରାଥମିକ ପର୍ଯ୍ୟାୟରେ ଜେଟିପି ମାନଙ୍କ ପାଇଁ କଟକଣା। ପରେ ସେବକଙ୍କ ପାଇଁ ଲାଗୁ ହେବ ମୋବାଇଲ କଟକଣା। ନୀତି ଶୃଙ୍ଖଳା ପାଇଁ ପ୍ରତ୍ୟକ ବୁଧବାର ଏକ ସମନ୍ୱୟ କମିଟି ବସିବ। ଏମାରମଠରୁ ରୂପାଇଟା ପ୍ରସଙ୍ଗ କୋର୍ଟଙ୍କ ପାଖରେ ବିଚାରଧୀନ ରହିଛି। ରାଜ୍ୟ ସରକାରଙ୍କୁ ଅନୁରୋଧ କରାଜିବ, ରୂପାଇଟା ଶ୍ରୀମନ୍ଦିର ପ୍ରଶାସନ ଅଧୀନକୁ ଆସିବ। ସୁନାବେଶ ବ୍ଯତିତ ମହାପ୍ରଭୁଙ୍କ ପାଇଁ ଅଳଙ୍କାର ସେଟ୍ ହେବ।
ଅକ୍ଟୋବର ୩ ତାରିଖରୁ ନଭେମ୍ବର ୫ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟହ ଭୋର୍ ୪ ଟାରେ ଶ୍ରୀମନ୍ଦିର ଦ୍ଵାର ଫିଟିବ।ଭୋର୍ ୬:୩୦ ରୁ ୭:୩୦ ପର୍ଯ୍ୟନ୍ତ ରାଧା ଦାମୋଦର ବେଶ ଅନୁଷ୍ଠିତ ହେବ ।
ପୂର୍ବାହ୍ନ ୧୦ ଟାରୁ ୧୦:୩୦ ମଧ୍ୟରେ ବାଳଧୂପ ସରିବ। ଅକ୍ଟୋବର ୨୭ ତାରିଖ ସୋମବାର ଦିନ ମହାପ୍ରଭୁଙ୍କ ଅବକାଶ ନୀତି ପରେ ହରିହର ବେଶ,ନଭେମ୍ବର ୨ ତାରିଖରେ ଠିଆକିଆ ବା ଲକ୍ଷ୍ମୀ ନାରାୟଣ ବେଶ ସହ ହରି ଉତ୍ଥାପନ ନୀତି, ୩ ତାରିଖରେ ଡାଳିକିଆ ବେଶ ବା ତ୍ରିବିକ୍ରମ ବେଶ,୪ ତାରିଖରେ ଲକ୍ଷ୍ମୀ ନୃସିଂହ ବେଶ ଏବଂ ୫ ତାରିଖରେ ରାଜାଧିରାଜ ବା ସୁନା ବେଶ ଅନୁଷ୍ଠିତ ହେବ।
ଏମାର ମଠରୁ ମିଳିଥିବା ସମସ୍ତ ରୂପା ଇଟା ଶ୍ରୀମନ୍ଦିର ପ୍ରଶାସନ ଅଧିନକୁ ଫେରାଇ ଆନାଯିବା ପରେ ବର୍ଷତମାମ ହେଉଥିବା ମହାପ୍ରଭୁଙ୍କ ବିଭିନ୍ନ ବେଶର ଡବଲ ସେଟ୍ ପ୍ରସ୍ତୁତ କରାଯିବା ପାଇଁ ବୈଠକରେ ଆଲୋଚନା କରାଯାଇଛି।
କାର୍ତ୍ତିକ ମାସରେ ପ୍ରବଳ ନୀତି ଯୋଗୁ ପରୀକ୍ଷାମୂଳକ ଭାବେ ଆରମ୍ଭ ହେବାକୁ ଥିବା ଧାଡ଼ି ଦର୍ଶନ ବ୍ୟବସ୍ଥା ସ୍ଥଗିତ ରହିଛି। କାର୍ତିକ ପରେ ଏହା ଆରମ୍ଭ ହେବ। ଏଥିପାଇଁ ଜିଲ୍ଲାପାଳ ମାର୍ଗ ଦର୍ଷିକା ପ୍ରସ୍ତୁତ କରୁଛନ୍ତି। ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡଃ ଅରବିନ୍ଦ ପାଢୀଙ୍କ ସୂଚନା ଦେଇଛନ୍ତି।