କାର୍ତ୍ତିିକ ପୂର୍ଣ୍ଣିିମା : ପୁରୀରେ ୪ ଲକ୍ଷ ଭକ୍ତ ସମାଗମ

ପୁରୀ : ପବିତ୍ର କାର୍ତ୍ତିିକ ପୂର୍ଣ୍ଣିିମା ଅବସରରେ ଶ୍ରୀକ୍ଷେତ୍ରରେ ପ୍ରବଳ ଭିଡ଼ ହୋଇଛି। ପାଖାପାଖି ୪ ଲକ୍ଷ ଲୋକ ଶ୍ରୀକ୍ଷେତ୍ରରେ ରୁଣ୍ଡ ହୋଇଥିବା ପ୍ରଶାସନ ଆକଳନ କରିଛି। ରାତି ଅଧରୁ ଏଥିପାଇଁ ଟ୍ରାଫିକ୍‌ ନିୟନ୍ତ୍ରଣ ପାଇଁ କଟକଣା କରାଯାଇଥିବା ବେଳେ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାରିକେଡ଼ିଂ ବ୍ୟବସ୍ଥା କରାଯାଇଥିଲା। ରାତି ୩ଟାରୁ ମହୋଦଧିରେ ସ୍ନାନ ଓ ଡଙ୍ଗା ଭସାଇବା ପାଇଁ ଭିଡ଼ ଜମିଥିଲା। କେବଳ ସମୁଦ୍ର ନୁହେଁ, ବିଭିନ୍ନ ତୀର୍ଥ ପୁଷ୍କରିଣୀରେ ମଧ୍ୟ ଭିଡ଼ ଜମିଛି। ସାରା ଦିନ ଦର୍ଶନ ଚାଲିଥିବା ବେଳେ ସନ୍ଧ୍ୟାରୁ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ପ୍ରବଳ ଗହଳି ହୋଇଛି।

ଶୃଙ୍ଖଳିତ ଦର୍ଶନ ପାଇଁ ଶ୍ରୀମନ୍ଦିିର ଭିତରେ ୱାନ୍‌-ୱେ-ଟ୍ରାଫିକ ବ୍ୟବସ୍ଥା କରାଯାଇଥିଲା। ଭକ୍ତମାନେ ସିଂହଦ୍ଵାର ଦେଇ ପ୍ରବେଶ କରିଥିବା ବେଳେ ଅନ୍ୟ ତିନି ଦ୍ଵାରରେ ପ୍ରସ୍ଥାନ କରୁଥିଲେ।

ସମ୍ବନ୍ଧିତ ଖବର