‌ଚେନ୍ନାଇ ପ୍ରବାସୀ ଓଡ଼ିଆ ସଂଗଠନର କାର୍ତ୍ତିକ ପୂର୍ଣ୍ଣିମା ଉତ୍ସବ ଆଜି

ଭୁବନେଶ୍ବର : କାର୍ତ୍ତିକ ପୂର୍ଣ୍ଣିମା ଓ ଆମ ଚାଟଶାଳୀର ବାର୍ଷିକ ଉତ୍ସବ ଅବସରରେ ପ୍ରବାସୀ ଓଡ଼ିଆ କଲ୍‌ଚରାଲ ସୋସାଇଟି, ଚେନ୍ନାଇ ପକ୍ଷରୁ ଆଜି (ରବିବାର) ଚେନ୍ନାଇସ୍ଥିତ ଚେତିନାଡ୍‌ ଅଡିଟୋରୟିମ୍‌ରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଥିରେ ସୁଜିତ କୁମାର ପରିଡ଼ା, ଅନୁରାଧା ପାଣିଗ୍ରାହୀଙ୍କ ଭଳି ଓଲିଉଡ୍‌ କଣ୍ଠଶିଳ୍ପୀ ଯୋଗ ଦେବେ। ଚେନ୍ନାଇରେ ରହୁଥିବା ପ୍ରବାସୀ ଓଡ଼ିଆମାନେ ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଯୋଗ ଦେବାକୁ ଆୟୋଜକଙ୍କ ପକ୍ଷରୁ ଅନୁରୋଧ କରାଯାଇଛି।

ସମ୍ବନ୍ଧିତ ଖବର