ପାଣିଟାଙ୍କିରେ ଡଙ୍ଗା ଭସାଇ କାର୍ତ୍ତିକ ପୂର୍ଣ୍ଣିମା ପାଳିଲେ ଶିକ୍ଷକ 

ନାଲକୋ ନଗର: ଚଳିତ ବର୍ଷ କରୋନା କଟକଣା ଯୋଗୁଁ ଆଉ ପୋଖରୀ, ନଦୀରେ ଆକାମାବୈ ଶୁଣାଗଲାନି କି ହୁଳହୁଳି ସହ ବୋଇତ ଭସାଗଲା ନାହିଁ। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ନାଲକୋ ପ୍ରଶାସନ ତରଫରୁ ମନ୍ଦିର ପରିସରରେ ଥିବା ପୁଷ୍କରିଣୀରେ କାର୍ତ୍ତିକ ପୂର୍ଣ୍ଣିମା, ବଡ଼ ଓଷା ଓ ଅନ୍ୟ ଧାର୍ମିକ ପରମ୍ପରା କାର୍ଯ୍ୟ ପାଳିତ ହେଇନାହିଁ।

ନାଲକୋ ନଗରବାସୀ ଚଳିତ ବର୍ଷ ଡଙ୍ଗାଭସା କାର୍ଯ୍ୟକ୍ରମରୁ ବଞ୍ଚିତ ହୋଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ନାଲକୋ ନଗରବାସୀ ତଥା ବରିଷ୍ଠ ଶିକ୍ଷକ ଦେବରାଜ ମୂଳିଆ ନିଜେ ରହୁଥିବା ଘରର ପାଣିଟାଙ୍କିରେ ଡଙ୍ଗା ଭସାଇ କାର୍ତ୍ତିକ ପୂର୍ଣ୍ଣିମା ପାଳିଥିବା ଦେଖିବାକୁ ମିଳିଥିଲା।

ସମ୍ବନ୍ଧିତ ଖବର