ଭୁବନେଶ୍ବର: ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା। କିନ୍ତୁ କରୋନା କଟକଣା ଯୋଗୁଁ ପୂର୍ବ ବର୍ଷମାନଙ୍କ ଭଳି ଏ ବର୍ଷ ଲୋକଙ୍କ ଭିତରେ ସେଭଳି ଉତ୍ସାହ ପରିଲକ୍ଷିତ ହୋଇନାହିଁ। ସତ କହିବାକୁ ଗଲେ ଡଙ୍ଗା ଭସାଣି ଫିକା ପଡ଼ିଛି। ଲୋକେ ଠିକ୍ ଭାବରେ ଡଙ୍ଗା ଭସାଇ ପାରି ନଥିବା ପରିଲକ୍ଷିତ ହୋଇଛି।
/sambad/media/post_attachments/wp-content/uploads/2020/11/bls-5.jpg)
ତଥାପି ରାଜ୍ୟର କେତେକ ସ୍ଥାନରେ ଲୋକେ ଡଙ୍ଗା ଭସାଣି କରିଥିବାର ସୂଚନା ମିଳିଛି। କରୋନା କଟକଣା ଯୋଗୁଁ ପ୍ରଭାବିତ ହୋଇଛି ବୋଇତ ବନ୍ଦାଣ। ରାଜଧାନୀ ଭୁବନେଶ୍ବର ଓ କଟକର ସମସ୍ତ ଜଳାଶୟ, ପୁଷ୍କରିଣୀ ଓ ନଦୀରେ ଡଙ୍ଗା ଭସାଣି ଉପରେ କଟକଣା ଜାରି କରାଯାଇଛି। ଏହା ସତ୍ତ୍ବେ ରାଜ୍ୟର କେତେକ ସ୍ଥାନରେ କଟକଣା ନମାନି ଲୋକେ ବୋଇତ ବନ୍ଦାଣ କରୁଥିବା ଦେଖିବାକୁ ମିଳିଛି। ଏପଟେ ଗାଇଡଲାଇନକୁ ପାଳନ କରି କରୋନା ମୁକାବିଲାରେ ସରକାରଙ୍କୁ ସହଯୋଗ କରିବା ପାଇଁ ରାଜଧାନୀବାସୀଙ୍କୁ ଅପିଲ କରିଛି କମିସନରେଟ ପୁଲିସ।
/sambad/media/post_attachments/wp-content/uploads/2020/11/rkl-7.jpg)
ଲୋକେ ଗାଇଡଲାଇନକୁ ନ ମାନିବାର ଆଶଙ୍କା କରି ସାର୍ବଜନୀନସ୍ଥଳରେ ପୁଲିସ ମୁତୟନ କରାଯାଇଛି। ଭୁବନେଶ୍ବରର ବିନ୍ଦୁସାଗରରେ ୧୪୪ ଧାରା ଜାରି କରାଯାଇଛି। ତେବେ ବାଲେଶ୍ବର ଓ ରାଉରକେଲାରେ କେତେକ ଜଳାଶୟରେ ଡଙ୍ଗା ଭସାଣି କରାଯାଇଥିବାର ସୂଚନା ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/Danga-Bhasani_Thumbnail.jpg)