କରୋନା ପିଜିଟିଭ ଚିହ୍ନଟ ହେବା ପରେ କସାକେନ୍ଦୁ ଓ ମୁଖୀଗୁଡା ସଟଡ଼ାଉନ

ଶକ୍ତିନଗର ପଡ଼ା ଓ ପୁରୁଣା ପଡ଼ାକୁ କଣ୍ଟେନମେଣ୍ଟ ଜୋନ ଘୋଷଣା

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାରେ ଆଜି ୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥି ମଧ୍ୟରୁ ମୁଖୀଗୁଡାରେ ୪ ଜଣ, ଭବାନୀପାଟଣା ସଦରବ୍ଲକ ଅନ୍ତର୍ଗତ କସାକେନ୍ଦୁ ପଞ୍ଚାୟତରେ ଜଣେ, ଭବାନୀପାଟଣା ସହରସ୍ଥିତ ଶକ୍ତିନଗର ପଡ଼ାରେ ଜଣେ ଓ ପୁରୁଣା ପଡ଼ାରେ ଜଣେ ପଜିଟିଭ ଚିହ୍ନଟ ହୋଇଛନ୍ତି । ଆଜି କସାକେନ୍ଦୁଠାରେ ଜଣେ କରୋନା ପଜିଟିଭ ଚିହ୍ନଟ ହେବା ପରେ ସମଗ୍ର ପଞ୍ଚାୟତକୁ ସରପଞ୍ଚ ୨୫ ତାରିଖ ସକାଳ ୯ ଘଣ୍ଟା ପର୍ଯ୍ୟନ୍ତ ସଟଡାଉନ ଘୋଷଣା କରିଛନ୍ତି । ସେହିଭଳି ମୁଖୀଗୁଡାକୁ ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ସଟଡାଉନ ଘୋଷଣା କରାଯାଇଛି । ଅନ୍ୟ ପକ୍ଷରେ ଭବାନୀପାଟଣା ସହରରେ ୨ ଜଣ କରୋନା ପଜିଟିଭ ଚିହ୍ନଟ ହେବା ପରେ ମ୍ୟୁନିସିପଲଟି ପକ୍ଷରୁ ଭବାନୀପାଟଣା ସହରସ୍ଥିତ ଶକ୍ତିନଗର ପଡ଼ା ଓ ପୁରୁଣା ପଡ଼ାକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । ଆକ୍ରାନ୍ତ ବ୍ୟକ୍ତିଙ୍କ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି । ଜଣେ ଆକ୍ରାନ୍ତ ସହରର ବିଭିନ୍ନ ଅଞ୍ଚଳରେ ବୁଲାବୁଲି କରିଥିବା ଜଣାପଡ଼ିଛି । ଏଥି ପାଇଁ କଣ୍ଟାକ୍ଟ ଟ୍ରେସିଂକୁ ଜୋରଦାର କରାଯାଇଛି । ଆସନ୍ତା ୪୮ ଘଣ୍ଟା ମଧ୍ୟରେ କାମ ନ ଥିଲେ ସହରବାସୀ ବାହାରକୁ ବାହାରନ୍ତୁ ନାହିଁ ଓ ଆଖପାଖ ଅଞ୍ଚଳର ଲୋକଙ୍କୁ କାମ ନ ଥିଲେ ସହରକୁ ଆସନ୍ତୁ ନାହିଁ ବୋଲି ମାଇକ ଯୋଗେ ଭବାନୀପାଟଣା ମ୍ୟୁନିସିପଲଟି ପକ୍ଷରୁ ଆଜି ରାତିରେ ପ୍ରଚାର କରାଯାଇଛି ।

ସମ୍ବନ୍ଧିତ ଖବର

Comments are closed.