କାଶୀପୁରରେ ପୁଣି ଜନନୀ ଯନ୍ତ୍ରଣା, ୩ କିଲୋମିଟର ଭାରରେ ବୁହା ହେଲେ ପ୍ରସୂତି, ନାଳକଡ଼ରେ ଯମଜ ସନ୍ତାନକୁ ଜନ୍ମ ଦେଲେ

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ଅନ୍ତର୍ଗତ କାଶୀପୁର ବ୍ଲକରେ ପୁଣି ଜନନୀ ଯନ୍ତ୍ରଣା। ଗାଁକୁ ରାସ୍ତା ନ ଥିବାରୁ ୧୦୨ଆମ୍ବୁଲାନ୍ସ ପହଞ୍ଚି ପାରି ନ ଥିଲା । ଏହାଫଳରେ ୩ କିଲୋମିଟର ଭାରରେ ବୁହା ହେଲେ ପ୍ରସୂତି। ଅସହ୍ୟ ଯନ୍ତ୍ରଣାରୁ ନାଳ କଡ଼ରେ ଜନ୍ମ ଦେଲେ ଦୁଇ ଛୁଆଙ୍କୁ ।
ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ କୋଡ଼ିପାର ପଞ୍ଚାୟତର ଅଡ଼ାଜାଲ ଗ୍ରାମର ପ୍ରସୂତି ଫଗୁଦେଇ ମାଝି ଗର୍ଭଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଡାକ୍ତରଖାନାକୁ ନେବା ଲାଗି ୧୦୨ଆମ୍ବୁଲାନ୍ସକୁ ଡକାଯାଇଥିଲା। ହେଲେ ଗାଁକୁ ରାସ୍ତା ନ ଥିବାରୁ ୧୦୨ଆମ୍ବୁଲାନ୍ସ ପହଞ୍ଚି ପାରି ନ ଥିଲା । ଏହାଫଳରେ ୩ କିମି ଯାଏଁ ଭାରରେ ଗର୍ଭବତୀଙ୍କୁ ବୋହି ଅଣାଯାଇଥିଲା। ଦୁଡ଼ିପାର ଗ୍ରାମରୁ ଆମ୍ବୁଲାନ୍ସରେ ତାଙ୍କୁ ଅଣାଗଲା। କିନ୍ତୁ ରାସ୍ତାରେ ଅସହ୍ୟ ଯନ୍ତ୍ରଣା ହେବାରୁ ଆମ୍ବୁଲାନ୍ସ ଅଟକାଯାଇ ପ୍ରସୂତି ନାଳ କଡ଼ରେ ଯମଜ ସନ୍ତାନକୁ ଜନ୍ମ ଦେଇଥିଲେ।

ସେମାନଙ୍କ ମଧ୍ୟରୁ ଜଣେ ଶିଶୁ ପୁତ୍ର ଅନ୍ୟଟି ଝିଅ। ତେବେ ଅସାବଧାନତା ହେତୁ ଜନ୍ମିତ ଝିଅର ମୃତ୍ୟୁ ହେଇଥିଲା। ଏହାପରେ ପ୍ରସୂତି ଫଗୁଦେଇଙ୍କର ଅତ୍ୟଧିକ ରକ୍ତସ୍ରାବ ହେତୁ ୧୦୨ ଦ୍ୱାରା ଟିକିରି ସ୍ୱାସ୍ଥ୍ୟକେନ୍ଦ୍ରରେ ତାଙ୍କୁ ଭର୍ତ୍ତି କରାଯାଇଛି। ଦୁଇ ଜଣିଆ ଡାକ୍ତରୀ ଟିମ ପ୍ରସୂତୀଙ୍କ ଚିକିତ୍ସା କରୁଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର