ଯାଜପୁର/ଭୁବନେଶ୍ବର: ଯାଜପୁରରୁ ଧରା ହେଲା କଶ୍ମୀର ପୁଲିସର ମୋଷ୍ଟୱାଣ୍ଟେଡ। ଏନେଇ କ୍ରାଇମବ୍ରାଞ୍ଚ ଆଇଜି ଜୟ ନାରାୟଣ ପଙ୍କଜ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, କଶ୍ମୀର ପୁଲିସର ୱାଣ୍ଟେଡ ତାଲିକାରେ ଥିବା ସୟଦ ଇସାନ ବୁଖାରୀକୁ ଯାଜପୁର ଜିଲ୍ଲା ନେଉଳପୁର କ୍ରାଇମବ୍ରାଞ୍ଚ ଏସଟିଏଫ୍ ଗିରଫ କରିଛି। ତା ନିକଟରୁ ଅନେକଗୁଡ଼ିଏ ବିଦେଶୀ ନକଲି କାଜଗପତ୍ର ଜବତ କରାଯାଇଛି। ସନ୍ଦିଗ୍ଧ କଶ୍ମୀର ଯୁବକକୁ ସ୍ଥାନୀୟ କୋର୍ଟରେ ହାଜର କରାଯାଇଛି।
/sambad/media/post_attachments/wp-content/uploads/2023/12/ea2f7bdc-e8d9-4365-8692-32baca722265.jpeg)
ଜୟ ନାରାୟଣ ପଙ୍କଜଙ୍କ କହିବା ଅନୁଯାୟୀ ସୟଦ ଇସାନ ବୁଖାରୀ ବିଭିନ୍ନ ସ୍ଥାନରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର କର୍ମଚାରୀ ବୋଲି ପରିଚୟ ଦେଉଥିଲା। କେବେ କେବେ ନିଜକୁ ଡାକ୍ତର ତ କେବେ କେବେ ସେନା ଅଫିସର ବୋଲି ପରିଚୟ ଦେଉଥିଲା। ଅଭିଯୁକ୍ତର ୬ ରୁ ୭ ଜଣ ସ୍ତ୍ରୀ ଥିବା କଥା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। କଶ୍ମୀର, ଉତ୍ତର ପ୍ରଦେଶ, ମହାରାଷ୍ଟ୍ର ଏବଂ ଓଡ଼ିଶାରେ ବାହା ହୋଇଥିବା କଥା ଜଣାପଡ଼ିଛି। ହେଲେ କେଉଁ ଆତଙ୍କବାଦୀ ସଂଗଠନ ପାଇଁ ସେ କାମ କରୁଛି ଓ କେଉଁ ଆତଙ୍କୀ ଆକ୍ରମଣରେ ତାର ସଂପୃକ୍ତି ରହିଛି ସେନେଇ ପୁଲିସ ଅଧିକ ଖୋଳତାଡ଼ ଜାରି ରଖିଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/12/47826bc7-d16e-4a61-9cf7-db17ec90456a.jpeg)