କେସିଙ୍ଗା: କଳାହାଣ୍ଡି ଜିଲ୍ଲା କେସିଙ୍ଗା ବିଡିଓ ପ୍ରଫୁଲ୍ଲ ଓଡୁ ଜଣେ ଯୁବତୀଙ୍କ ସହ ଅଶ୍ଳୀଳ ପ୍ରସଙ୍ଗକୁ ନେଇ କଥା ହୋଇଥିବା ଅଡିଓ ସାମାଜିକ ଗଣମାଧ୍ୟମରେ ଘୂରି ବୁଲୁଛି। ଏହାକୁ ନେଇ ଚର୍ଚ୍ଚା ଜୋର୍ ଧରିଥିବା ବେଳେ ବିଡିଓ ଏନେଇ ମୁହଁ ଖୋଲିଛନ୍ତି। ଅଡ଼ିଓଟି ସମସ୍ତେ ଶୁଣନ୍ତୁ, ମୁଁ କେଉଁଠି ଅଶ୍ଳୀଳ କଥା କହିଛି ବୋଲି ବିଡିଓ ଓଲଟା ପ୍ରଶ୍ନ କରିଛନ୍ତି। ଏଥିସହ ସେ ସବୁ ତଦନ୍ତର ସାମ୍ନା କରିବା ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି।
ପ୍ରକାଶ ଯେ, ବିଡିଓଙ୍କ ପରିବାର ସହ ସମ୍ପର୍କ ଥିବା ଜଣେ ଯୁବତୀ ବିଡିଓଙ୍କ ପୁଅ ତାଙ୍କୁ କିଛି ଅଶ୍ଳୀଳ କଥା କହିଥିବା ନେଇ ବିଡିଓଙ୍କଠାରେ ଅଭିଯୋଗ କରିଛନ୍ତି। କିନ୍ତୁ ବିଡିଓ ବହୁତ କମ୍ କଥା କହୁଥିବା ବେଳେ ସେ ଯୁବତୀ ଜଣକ ତାଙ୍କ ପୁଅ କହିଥିବା ବହୁତ କଥା ଏବଂ ବିଡିଓଙ୍କୁ ସେ କେତେ ଭଲ ପାଆନ୍ତି ବୋଲି ଆଲୋଚନା ପ୍ରସଙ୍ଗରେ କହିଥିବା ଅଡ଼ିଓରୁ ଜଣାପଡିଛି। ବିଡ଼ିଓ ମଧ୍ୟ ତାଙ୍କ ଶହ ଶାଳୀନତା ମଧ୍ୟରେ କଥା ହେଉଥିବା ଏହି ଅଡ଼ିଓରୁ ଜଣାପଡ଼ିଛି। ଭାଇରାଲ ହେବା ପରେ ଯୁବତୀ କରୁଥିବା ଅଭିଯୋଗର ଗୁରୁତ୍ୱକୁ ନେଇ ବର୍ତ୍ତମାନ ଚର୍ଚ୍ଚା ଜୋର୍ ଧରିଛି।
ଅନ୍ୟପଟେ ବିଡିଓ ଶ୍ରୀ ଓଡ଼ୁ କିଛି ନିର୍ଦ୍ଦିଷ୍ଟ ବ୍ୟକ୍ତି ତାଙ୍କୁ ବଦନାମ ଓ ବଦଳି କରିବା ନେଇ ଚକ୍ରାନ୍ତ ଚଳାଇଛନ୍ତି ଏବଂ ଏକ ମଦୁଆ ଡ୍ରାଇଭରକୁ ତଡ଼ିବା ପରେ ୨ ବର୍ଷ ତଳର ଏହି ଅଡ଼ିଓକୁ ଭାଇରାଲ କରାଯାଇଥିବା କହିଛନ୍ତି। ଏଥିସହ ମୁଁ ଠିକ୍ରେ ଅଛି ବୋଲି ରୋକଠୋକ କହିଛନ୍ତି। ପ୍ରକାଶ ଯେ, କେସିଙ୍ଗା ବ୍ଲକ୍ ବିଡିଓ ଓ ସରପଞ୍ଚମାନଙ୍କ ମଧ୍ୟରେ ବହୁ ଦିନରୁ ବିବାଦ ଚାଲି ଆସୁଥିଲା। ଯାହା ପ୍ରଶାସନିକ ହସ୍ତକ୍ଷେପରେ ସମାଧାନ ହେଲେ ବି ଭିତରେ କୁହୁଲୁଛି। ତେବେ ବର୍ତ୍ତମାନ ଏହି ଅଡିଓଟି ଭାରଇାଲ୍ ହେବା ପରେ ଚର୍ଚ୍ଚା ଜୋର୍ ଧରିଛି।