କାଶୀପୁର, କୋଇଡ଼ା ଓ କଣିହାଁରେ ରକ୍ତଦାନ ଶିବିର, ୪୨୪ ୟୁନିଟ୍‌ ରକ୍ତ ସଂଗ୍ରହ

କାଶୀପୁର/କୋଇଡ଼ା/କଣିହାଁ: ସମ୍ବାଦ-ଆମ ଓଡ଼ିଶା ସହାୟତାରେ ଆଜି କାଶୀପୁର , କୋଇଡ଼ା ଓ କଣିହାଁରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଦୁଇଟି ଶିବିରରେ ସମୁଦାୟ ୨୫୫ ୟୁନିଟ୍‌ ରକ୍ତ ସଂଗୃହୀତ ହୋଇଛି। କାଶୀପୁର ବ୍ଲକ୍ ଦୋରାଗୁଡା ସ୍ଥିତ ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ୍ ଲିମିଟେଡ୍ ପରିସରରେ ଏହି ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଉତ୍କଳ ଆଲୁମିନା, ରେଡକ୍ରସ୍ ଓ ସମ୍ବାଦ-ଆମ ଓଡ଼ିଶାର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଶିବିରରୁ ୧୫୩ ୟୁନିଟ୍ ରକ୍ତ ସଂଗ୍ରହ ହୋଇଛି। ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ୍ ଲିମିଟେଡ୍ ସିଇଓ ଏନ୍. ନାଗେଶ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଶିବିରକୁ ଉଦ୍‌ଘାଟନ କରିଥିଲେ।ସେହିଭଳି, ସମ୍ବାଦ-ଆମ ଓଡ଼ିଶା ଓ ଏସେଲ୍‌ ମାଇନିଂ ଆଣ୍ଡ ଇଣ୍ଡଷ୍ଟ୍ରିଜ ଲିମିଟେଡ ମିଳିତ ଆନୁକୂଲ୍ୟରେ ଆଜି କୋଇଡା ବ୍ଲକ୍ ଅନ୍ତର୍ଗତ କୋଦଢ଼ିଆ ବିବାହ ମଣ୍ଡପରେ ସ୍ବେଚ୍ଛାକୃତ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ୧୦୨ ୟୁନିଟ୍ ରକ୍ତ ସଂଗ୍ରହ ହୋଇଛି। ସମ୍ବାଦ-ଆମ ଓଡ଼ିଶା, ଏନ୍‌ଟିପିସି ସଚେତନ ନାଗରିକ ମଞ୍ଚ ଓ କଣିହାଁ ମହାବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ଆଜି ସ୍ଥାନୀୟ ପ୍ରଜାମଣ୍ତଳ ଭବନ ପରିସରରେ ଏକ ବିଶାଳ ରକ୍ତଦାନ ଶିବିର ଆ‌ୟୋଜିତ ହୋଇଛି। ଏହି ଶିବିରରେ ୧୯୬ ୟୁନିଟ୍‌ ରକ୍ତ ସ˚ଗ୍ରହ ହୋଇଥିଲା। ଏନ୍‌ଟିପିସି ମହାପ୍ରବନ୍ଧକ ନବୀନ ବଗାୟେ (ସିଏଣ୍ତଏମ୍‌), କଣିହାଁ ବ୍ଲକ୍‌୍‌ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରମେଶ ଜେନା, ବ୍ଲକ୍‌ ଉପାଧ୍ୟକ୍ଷ ତ୍ରିପୁରାରି ପ୍ରଧାନ, ଏନ୍‌ଟିପିସି ଏଚଆର‌୍‌ ଅଫିସର ଏମ୍‌ ଭି ରାଓ ପ୍ରମୁଖ ଯୋଗଦେଇ ଶିବିର ଉଦ୍‌ଘାଟନ କରିଥିଲେ।

ସମ୍ବନ୍ଧିତ ଖବର