‘କଥା’ ନବପ୍ରତିିଭା ପ୍ରତିଯୋଗିତା ଫଳାଫଳ

ଭୁବନେଶ୍ୱର : ‘କଥା’ ଆୟୋଜିତ ୨୦୧୮ ନବପ୍ରତିଭା ପ୍ରତିଯୋଗିତାର ଫଳାଫଳ ପ୍ରକାଶ ପାଇଛି। ଦୁଇ ଶହରୁ ଊର୍ଦ୍ଧ୍ୱ ପ୍ରତିଯୋଗୀଙ୍କ ମଧ୍ୟରୁ ୧୦ ଜଣ ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ସେହି ଗାଳ୍ପିକ ଓ ତାଙ୍କର ଗଳ୍ପଗୁଡ଼ିକ ହେଲା ରଶ୍ମି ରଞ୍ଜନ ସାହୁ (ପରୀ), ଲିଜାଲିନ୍‌ ବିଶ୍ୱାଳ (କେତେ ଯେ ସ୍ୱରୂପ ପ୍ରେମର), ଦେବାନାଂପ୍ରିୟ ପ୍ରିୟଦର୍ଶୀ ସାମଲ (ଚମ୍ପାଫୁଲ), ଡିଲେଶ୍ୱର ରଣା (ସନାଙ୍ଗ କାଡ୍ରାକାର ଠିକଣା), ଆଶିଷ କୁମାର ମିଶ୍ର (ଘୋଡ଼ା ନିଅ ଘୋଡ଼ା), ଯୋଗେଶ୍ୱର ପଣ୍ଡା (ଲକ୍ଷ୍ମୀପାଦ), ଜ୍ଞାନରଞ୍ଜନ ତ୍ରିପାଠୀ (ଘୁମୁରି), ଅବକାଶ ପ୍ରଧାନ (କନିଅର ଫୁଲର ଝିଅ), ଦୁର୍ଗାଶିଷ ପଟ୍ଟନାୟକ (ଋତୁଚକ୍ର) ଏବଂ ଦେବହୂତୀ ସାହୁ (ଠାକୁରାଣୀ ଉଭା ହେଲେ)। ଚଳିତ ବର୍ଷ ବିଚାରକ ଭାବେ ତିନି ବିଶିଷ୍ଟ କଥାକାର କୃପାସାଗର ସାହୁ, ଗୋଲାପ ମଞ୍ଜରୀ କର ଏବଂ ସୀତେଶ ତ୍ରିପାଠୀ ଗଳ୍ପଗୁଡ଼ିକ ଚୟନ କରିଥିଲେ। ପୁରସ୍କୃତ ପ୍ରତିଭାମାନଙ୍କ ଗଳ୍ପଗୁଡ଼ିକୁ ନେଇ ଆସନ୍ତା ଅକ୍ଟୋବର ମାସରେ ନବପ୍ରତିଭା ବିଶେଷାଙ୍କ ପ୍ରକାଶ ପାଇବ। ଏହାଛଡ଼ା ପ୍ରତ୍ୟେକଙ୍କୁ ପ୍ରମାଣପତ୍ର ସହିତ ୫ ହଜାର ଟଙ୍କା ଲେଖାଏଁ ପୁରସ୍କାର ‘କଥା’ର ଆଗାମୀ ବାର୍ଷିକ ଉତ୍ସବ (ଫେବ୍ରୁଆରୀ ୨୦୧୯)ରେ ପ୍ରଦାନ କରାଯିବ ବୋଲି ‘କଥା’ର ସମ୍ପାଦକ ଜଣାଇଛନ୍ତି।

ସମ୍ବନ୍ଧିତ ଖବର