ଭୁବନେଶ୍ବର: ‘ସମ୍ବାଦ ଗ୍ରୁପ୍‌’ ଦ୍ବାରା ପ୍ରକାଶିତ ଲୋକପ୍ରିୟ ମାସିକ ଗଳ୍ପ ପତ୍ରିକା ‘କଥା’ ପକ୍ଷରୁ ଅ‌ାୟୋଜିତ ‘ନବପ୍ରତିଭା ପ୍ରତିଯୋଗିତା-୨୦୨୪’ର ଫଳାଫଳ ପ୍ରକାଶ ପାଇଛି। ଚଳିତବର୍ଷ ଏଥିରେ ସମୁଦାୟ ୨୮୧ଜଣ ପ୍ରତିଯୋଗୀ ଭାଗ ନେଇଥିଲେ। ସେମାନଙ୍କ ମଧ୍ୟରୁ ୧୦ଜଣ ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି।

Advertisment

ଯୋଗ୍ୟ ବିବେଚିତ ନବପ୍ରତିଭାମାନେ ହେଲେ, ରୋଜାଲିନ୍‌ ମୁଦୁଲି (ମାଂସ), ରଶ୍ମିରଞ୍ଜନ ରାଉତ (ଶୂଳିଆଣୀ), ଶୀତଲ ମିଶ୍ର (ଅପରିଚିତା), ଶୁଭଶ୍ରୀ ସ୍ବର୍ଣ୍ଣପ୍ରଭା (ସମାଧି), ଶାକମ୍ବରୀ ପ୍ରିୟଦର୍ଶିନୀ ସାହୁ (ପ୍ରଶ୍ନ), ଜୀବନ ପ୍ରଦୀପ ପ୍ରଧାନ (ଶବଶକ୍ତି), ଭାଗ୍ୟଲକ୍ଷ୍ମୀ ସେଠୀ (କଇଁବୁଢ଼ୀ), ଭାଗ୍ୟଶ୍ରୀ ଲେଙ୍କା (ଛିନ୍ନମସ୍ତା), ସଂଘମିତ୍ରା ପଣ୍ଡା (ଦାମ୍ପତ୍ୟ), ସ୍ରୋତସ୍ବିନୀ ପରିଡ଼ା (ଦାମୀ ଜିନିଷ)। ତିନି ବିଶିଷ୍ଟ କଥାକାର ଗୋଲାପ ମଞ୍ଜରୀ କର, ଜଗନ୍ନାଥ ଦାଶ ଏବଂ ସହଦେବ ସାହୁ ବିଚାରକ ଭାବେ ଯୋଗଦେଇ ଗଳ୍ପଗୁଡ଼ିକର ମୂଲ୍ୟାଙ୍କନ କରିବା ସହିତ ଉପ‌େରାକ୍ତ ଗଳ୍ପଗୁଡ଼ିକୁ ଚୟନ କରିଥିଲେ। ପୁରସ୍କୃତ ପ୍ରତିଭାମାନଙ୍କ ଗଳ୍ପଗୁଡ଼ିକୁ ନେଇ ଆସନ୍ତା ଅକ୍‌ଟୋବର ମାସରେ ‘କଥା’ର ‘ନବପ୍ରତିଭା ବିଶେଷାଙ୍କ’ ପ୍ରକାଶ ପାଇବ। ଏଥିସହିତ, ‘କଥା’ର ବାର୍ଷିକ ଉତ୍ସବରେ ସମସ୍ତଙ୍କୁ ପ୍ରମାଣପତ୍ର ସହିତ ୫ହଜାର ଟଙ୍କା ଲେଖାଏଁ ପୁରସ୍କାର ରାଶି ପ୍ରଦାନ କରାଯିବ ବୋଲି ‘କଥା’ର ସମ୍ପାଦକ ଗୌରହରି ଦାସ ଜଣାଇଛନ୍ତି।