ଫୁଲନଖରା : ମାତ୍ର କିଛି ବର୍ଷ ତଳେ ନିର୍ମିତ କାଠଯୋଡ଼ି ପୋଲର ଆପ୍ରୋଚ ରୋଡ଼ ଦବିଛି। କଟକ ପ୍ରେସ ଛକ ପଟରୁ ପୋଲକୁ ସଂଯୋଗ କରୁଥିବା ରାଜପଥର ସଂଯୋଗ ସ୍ଥାନରେ ଏହି ଫାଟ ସୃଷ୍ଟି ହୋଇଥିଲା ବେଳେ ଏହା ଧୀରେ ଧୀରେ ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି। ଯାତ୍ରୀଙ୍କ ନିରାପତ୍ତା ଦୃଷ୍ଟିରୁ ଉକ୍ତ ସ୍ଥାନକୁ ବ୍ୟାରିକେଟ ଦେଇ ବନ୍ଦ କରାଯାଇଛି। ଭୁବନେଶ୍ବର ହାଇଟେକ ଛକ ନିକଟରେ ଥିବା ସପ୍ତସତୀ ଫ୍ଲାଇଓଭର ବ୍ରିଜରେ ଫାଟ ସୃଷ୍ଟି ହେବା ଘଟଣାର ମାତ୍ର ଦୁଇ ଦିନ ପରେ କାଠଯୋଡ଼ି ସେତୁରେ ଏପରି ତ୍ରୁଟି ଯୋଗୁଁ ପୋଲର ସୁରକ୍ଷାକୁ ନେଇ ଆଶଙ୍କା ଦେଖାଦେଇଛି। ଜାତୀୟ ରାଜପଥ କର୍ତ୍ତୃପକ୍ଷ ଅଧିକାରୀ ମଧ୍ୟ ଆଜି ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ବହୁ ପୁରୁଣା ପୋଲ ଏବଂ ତା’ର ଆପ୍ରୋଚ ରୋଡ ସୁରକ୍ଷିତ ରହୁଥିବା ବେଳେ ନବ ନିର୍ମିତ ପୋଲ ଓ ଆପ୍ରୋଚ ରୋଡର ଏଭଳି ସ୍ଥିତିକୁ ନେଇ ବିଭିନ୍ନ ମହଲରେ ଉଦବେଗ ସୃଷ୍ଟି ହୋଇଛି। ବିଭିନ୍ନ ସମୟରେ କାମରେ ଦୁର୍ନୀତିକୁ ନେଇ ଅଭିଯୋଗ ହୋଇ ଆସୁଥିବା ବେଳେ ଏଭଳି ଘଟଣାର ନିର୍ଦ୍ଦିଷ୍ଟ କାରଣ ଖୋଜି ସେ ଦିଗରେ ପଦକ୍ଷେପ ନେବାକୁ ଦାବି ହେଉଛି।
କାଠଯୋଡ଼ି ଆପ୍ରୋଚ ରୋଡ଼ ଦବିଲା
/sambad/media/post_attachments/wp-content/uploads/2019/08/Kathajodi-Polo-Dabila-8.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)