ସୁନ୍ଦରଗଡ଼: ପ୍ରତ୍ୟେକ ବର୍ଷ ରାଜ୍ୟର ବିଭିନ୍ନ ସ୍ବାସ୍ଥ୍ୟକେନ୍ଦ୍ରମାନଙ୍କ ଚିକିତ୍ସା ସେବାରେ ଉତ୍ତମ ଗୁଣବତ୍ତା ପାଇଁ ଜାତୀୟ ସ୍ବାସ୍ଥ୍ୟ ମିଶନର ମାର୍ଗଦର୍ଶିକା ଅନୁସାରେ କାୟାକଳ୍ପ ପୁରସ୍କାର ପ୍ରଦାନ କରାଯାଇଥାଏ। ଚଳିତ ବର୍ଷ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ କାୟାକଳ୍ପ ଦ୍ବିତୀୟ ପୁରସ୍କାର ପାଇଁ ଚୟନ କରାଯାଇଛି। ଏହି ବର୍ଷକୁ ମିଶାଇ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିଜ ଉତ୍ତମ ସେବା ପାଇଁ ଲଗାତର ତୃତୀୟ ଥର ପାଇଁ ଏହି ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛି। ଏହା ବ୍ୟତୀତ ରାଜ୍ୟର ବନ୍ଧୁତ୍ବପୂର୍ଣ୍ଣ (ଇକୋ-ଫ୍ରେଣ୍ଡଲି) ହସ୍ପିଟାଲ ଭାବେ କ୍ରମାଗତ ଦ୍ବିତୀୟ ଥର ପାଇଁ ପ୍ରଥମ ପୁରସ୍କାର ହାସଲ କରିଛି।
ସେହିପରି ସହରାଞ୍ଚଳ ସ୍ବାସ୍ଥ୍ୟ କେନ୍ଦ୍ର ବର୍ଗରେ ୮ଟି ସ୍ବାସ୍ଥ୍ୟକେନ୍ଦ୍ର ମଧ୍ୟ କାୟାକଳ୍ପ ପାଇଁ ପ୍ରଶଂସନୀୟ ପୁରସ୍କାର ପାଇଛନ୍ତି। ତନ୍ମଧ୍ୟରେ ରାଉରକେଲା କୋଏଲନଗର ସହରାଞ୍ଚଳ ସ୍ବାସ୍ଥ୍ୟ କେନ୍ଦ୍ର ରାଜ୍ୟରେ ପ୍ରଥମ ସ୍ଥାନ ହାସଲ କରିଛି। ରାଉରକେଲାର ୬ଟି ସ୍ବାସ୍ଥ୍ୟ କେନ୍ଦ୍ର ସହ ସୁନ୍ଦରଗଡ଼ ଏବଂ ବୀରମିତ୍ରପୁର ସହରାଞ୍ଚଳ ସ୍ବାସ୍ଥ୍ୟ କେନ୍ଦ୍ର ଏହି ପ୍ରଶଂସନୀୟ ପୁରସ୍କାର ତାଲିକାରେ ସ୍ଥାନ ପାଇଛନ୍ତି। ଏହା ସହ ରାଉରକେଲା ସରକାରୀ ହସ୍ପିଟାଲକୁ ମୁଖ୍ୟ ଚିକିତ୍ସାଳୟକ୍ରମରେ ଓ ଜିଲ୍ଲାର ୮ଟି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ବଡ଼ଗାଁ, କୁତ୍ରା, କୁଆଁରମୁଣ୍ଡା, ବିଶ୍ରା, ସବଡେଗା, ଲାଇଙ୍ଗ, ଏସ. ବଲାଙ୍ଗ, ସର୍ଗିପାଲି ଏବଂ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକ୍ରମରେ ୧୪ଟି ଓ ଉପକେନ୍ଦ୍ରକ୍ରମରେ ୭୧ଟି କେନ୍ଦ୍ର ପ୍ରଶଂସନୀୟ ପୁରସ୍କାର ପାଇଁ ଯୋଗ୍ୟ ହୋଇଛନ୍ତି। ମୁଖ୍ୟତଃ ୬ଟି ଗୁଣବତ୍ତା ସ୍ବାସ୍ଥ୍ୟଭିତ୍ତିକ ଅଭ୍ୟାସ ଉପରେ ଏହି କାୟାକଳ୍ପ ପୁରସ୍କାର ଦିଆଯାଇଥାଏ।
/sambad/media/post_attachments/wp-content/uploads/2023/03/24123eed-85ce-4a27-9106-78beb02ec89a.jpg)
ହସ୍ପିଟାଲ ଭିତ୍ତିଭୂମି, ପରିମଳ, ଜୈବ ବର୍ଜ୍ୟବସ୍ତୁ ପରିଚାଳନା, ସଂକ୍ରମଣ ନିୟନ୍ତ୍ରଣ, ରୋଗୀ ସହାୟତା ସେବା, ପରିଷ୍କାର ପରିଚ୍ଛନ୍ନତା ବ୍ୟବସ୍ଥାରେ ଉଚ୍ଚକୋଟୀର ପ୍ରଚେଷ୍ଟା। ଏହା ବ୍ୟତୀତ ପ୍ରଦୂଷଣ ରୋକିବାକୁ ପାଇଁ କେନ୍ଦ୍ର ପରିସରରେ ଉଦ୍ୟାନ, ସୌର ଚାଳିତ ଆଲୋକ, ଯାନବାହାନ ତଥା ପ୍ଲାଷ୍ଟିକ, ପଲିଥିନ୍ ବ୍ୟବହାର ବର୍ଜନ ଆଦି ଉତ୍ତମ ପରିବେଶ ଅନୁକୂଳ ବ୍ୟବସ୍ଥା ହିଁ ଏହାର ଆଧାର ହୋଇଥାଏ। ଏହି ଅବସରରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡ. ସରୋଜ କୁମାର ମିଶ୍ର ଜିଲ୍ଲାର ସମସ୍ତ ଡାକ୍ତର, ସ୍ବାସ୍ଥ୍ୟକର୍ମୀ, ସହାୟକ କର୍ମଚାରୀ, ଯନ୍ତ୍ରୀ ତଥା ପରିଚାଳନା ଟିମ୍ କୁ ଶ୍ରେୟ ଦେବା ସହ ଅଭିନନ୍ଦନ ଜଣାଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/547bb819-9cb6-4257-9e3a-ae0808be84e8.jpg)