କାୟାକଳ୍ପ ଟିମ୍‌ର ଲକ୍ଷ୍ମୀପୁର ଡାକ୍ତରଖାନା ପରିଦର୍ଶନ: ମାତୃ ଓ ଶିଶୁ ସ୍ବାସ୍ଥ୍ୟକେନ୍ଦ୍ର ଦେଖି ପ୍ରଶଂସା

ଲକ୍ଷ୍ମୀପୁର: ରାଜ୍ୟସରକାରଙ୍କ କାୟାକଳ୍ପ ବୁଧବାର ଆଜି ଲକ୍ଷ୍ମୀପୁର ଡାକ୍ତରଖାନା ପରିଦର୍ଶନ କରି ଫେରିଛନ୍ତି। ପ୍ରତିବର୍ଷ ଏହି ଟିମ୍ ଜିଲ୍ଲାର କିଛି ହାତଗଣତି ଡାକ୍ତରଖାନାକୁ ପରିଦର୍ଶନ କରି ରିପୋର୍ଟ ପ୍ରଦାନ କରୁଥିବା ବେଳେ ଚଳିତବର୍ଷ ଜିଲ୍ଲାର ପ୍ରାୟ ସମସ୍ତ ଡାକ୍ତରଖାନା ପରିଦର୍ଶନ କରିଥିବା ଜଣାପଡିଛି।କୋରାପୁଟ ଜିଲ୍ଲାରେ ରହିଥିବା ଡାକ୍ତରଖାନା ମାନଙ୍କରେ କିପରି ଭାବରେ ସ୍ବଚ୍ଚତା ରଖାଯାଉଛି, ଡଷ୍ଟବିନ୍ ବ୍ୟବହାର କରାଯାଉଛି ନା ନାହିଁ, ବ୍ୟବହୃତ ହୋଇସାରିଥିବା ଛୁଞ୍ଚି, ଗଜ୍ କପଡା ଭଳି ରୋଗୀଙ୍କ ବ୍ୟବହାର ସାମଗ୍ରୀ ଉଚିତ୍ ସ୍ଥାନରେ ପକାଯାଉଛି କି ନାହିଁ, କର୍ମଚାରୀମାନେ ସରକାରୀ ଡ୍ରେସ୍‌ରେ ରହୁଛନ୍ତି କି ନାହିଁ, ରୋଗୀ ଙ୍କୁ କିପରି ବ୍ୟବହାର କରାଯାଉଛି,ସରକାରଙ୍କ ଦ୍ବାରା ପ୍ରଦାନ କରାଯାଇଥିବା ଯନ୍ତ୍ରାଂଶ ର ବ୍ୟବହାର କିପରି କରାଯାଉଛି ସେ ସମସ୍ତ ବିଷୟରେ ପଚାରି ବୁଝିଥିଲେ।

କାୟାକଳ୍ପ ଟିମ୍ ରେ ରାଜ୍ୟ ଟିମ୍ ର ଡ.ଅରୁଣ କୁମାର ମହାପାତ୍ର,ଡ.ଞ୍ଜାନରଞନ ପ୍ରଧାନ ଓ ଡ.ଦିପକ ଶତପଥି ଡାକ୍ତର ଖାନା ର କର୍ମଚାରୀ ଓ ଡ. ନବକିଶୋର କୁଣ୍ଡୁଙ୍କୁ ପଚାରି ବୁଝିଥିଲେ।ବିଶେଷ ୱେଷ୍ଟମେନେଜ୍ ମେଣ୍ଟ ଠିକ୍ ଭାବେ ଚାଲିଛି ନାଁ ନାହିଁ ସେ ଉପରେ ଅଧିକ ଗୁରୁତ୍ବ ଦିଆଯାଉଥିବା ବେଳେ ସ୍ବଚ୍ଚତା ଉପରେ ମଧ୍ୟ ଗୁରୁତ୍ବ ଦେବାକୁ ପ୍ରକାଶ କରିଥିଲେ।କୋରାପୁଟ ଜିଲ୍ଲା ରେ ଏକମାତ୍ର ଡାକ୍ତରଖାନା ଭାବେ ଲକ୍ଷ୍ମୀପୁର ଡାକ୍ତରଖାନା ମାତୃ ଓ ଶିଶୁ ସ୍ବାସ୍ଥ୍ୟକେନ୍ଦ୍ର ରହିଥିବା କାରଣରୁ ଏଠାରେ ଗର୍ଭବତୀ ମା ଙ୍କ ସହ ଶିଶୁ ମାନଙ୍କୁ ଉପଯୁକ୍ତ ସ୍ବାସ୍ଥ୍ୟସେବା ପ୍ରଦାନ କରାଯାଉଥିବା ଜାଣି କାୟାକଳ୍ପ ଟିମ୍ ଖୁସିବ୍ୟକ୍ତ ହୋଇଥିଲେ।କାୟାକଳ୍ପ ଟିମ୍ ସହ କୋରାପୁଟ ଆରବିଏସକେ ମ୍ୟାନେଜର୍ ବିଭୁରଞ୍ଜନ ମୁଣ୍ଡ୍ ଉପସ୍ତିତ ରହିଥିବା ବେଳେ ବିପିଏମ୍ ସନ୍ତୋଷିନି ପଣ୍ଡା,ପିଏଚୟୁ ଗିତାଞ୍ଜଳି ଦାଶ୍ ,ଫାର୍ମାସିଷ୍ଟ ଚନ୍ଦ୍ରସେଖର ତ୍ରିପାଠି ,ସୁନିଲ୍ କୁମାର ବିଷୋଇ ପ୍ରମୁଖ ଡାକ୍ତରଖାନା ର ସମସ୍ତ ଅଞ୍ଚଳ ଦେଖାଇଥିଲେ।କାୟାକଳ୍ପ ଟିମ୍ ଆଗରୁ ମଧ୍ୟ ପ୍ରତିବର୍ଷ ଆସି ଡାକ୍ତରଖାନା ବୁଲି ଦେଖିକି ଯିବା ପରେ ଲକ୍ଷ୍ମୀପୁର ଡାକ୍ତରଖାନା କୁ ପୁରଷ୍କୃତ କରିଥିବା ବେଳେ ଚଳିତ ବର୍ଷ ମଧ୍ୟ ପୁରଷ୍କୃତ ହେବେ ବୋଲି ଡାକ୍ତରଖାନା କର୍ମଚାରୀ ଆଶାବାନ୍ଧିକି ରହିଛନ୍ତି।ଦେଖିବାକୁ ବାକିରହିଲା ଜିଲ୍ଲାରେ ପରିମଳ ଓ ସ୍ବଚ୍ଚତା ଦୃଷ୍ଟିକଣରୁ କେଉଁ ଡାକ୍ତରଖାନା କୁ କାୟାକଳ୍ପ ଟିମ୍ ପୁରଷ୍କୃତ କରୁଛି…..

ସମ୍ବନ୍ଧିତ ଖବର