କେବିସି ନାମରେ ଯୁବତୀଙ୍କୁ ଠକେଇ ଉଦ୍ୟମ ବିଫଳ

ବାଙ୍କୀ: କେବିସି ନାଁରେ ଠକେଇ । ଲୋକପ୍ରିୟ ଟେଲିଭିଜିନ କାର୍ଯ୍ୟକ୍ରମ ‘କୌନ ବନେଗା କରୋଡପତି’ର ଲଟେରୀ ଉଠାଣ ନାମରେ ବାଙ୍କୀର ଜଣେ ଯୁବତୀଙ୍କ ଠାରୁ ଟଙ୍କା ଠକି ନେବାର ଉଦ୍ୟମ ବିଫଳ ହୋଇଛି । କିଛି ସାଇବର ଠକ ଯୁବତୀଙ୍କୁ ଫୋନ କରି ସେ କେବିସିର ଲଟେରୀ ପ୍ରତିଯୋଗିତାରେ ୨୫ ଲକ୍ଷ ଟଙ୍କା ଜିତିଥିବା କହିଥିଲେ । ଯୁବତୀଙ୍କ ଜଣଙ୍କ ରାଜି ନ ହେବାରୁ ତାଙ୍କ ହ୍ୱାଟ୍ସଆପରେ ସେହି ଠକମାନେ ଅନେକ ଆକର୍ଷଣୀୟ ଅଫର ଦେଇଥିଲେ ।

 

ଆଉ ୨୫ ଲକ୍ଷ ଟଙ୍କା ଜିତିବାକୁ ହେଲେ ଯୁବତୀଙ୍କୁ ୧୪ହଜାର ୫୦୦ ଟଙ୍କା ଦେବାକୁ ପଡିବ ବୋଲି ଠକମାନେ କହିଥିଲେ । ତେବେ ଅପରାଧିଙ୍କ କଥାରେ ରାଜି ହୋଇ ଯୁବତୀ ଜଣଙ୍କ ଟଙ୍କା ପୈଠ ପାଇଁ ବ୍ୟାଙ୍କ ଯାଇଥିଲେ । ସେତେବେଳେ ଏହି ଘଟଣାଟି ସାମ୍ନାକୁ ଆସିଥିଲା ।

ଆଜିକାଲି ଇଂଟରନେଟ ଯୁଗରେ ସାଇବର କ୍ରାଇମ ମଧ୍ୟ ବଢି ଚାଲିଛି । ଆଉ ଅନଲାଇନରେ ଟଙ୍କା ଠକେଇ ଯେପରି ଏକ ମାମୁଲି କଥା ହୋଇ ଗଲାଣି । ତେବେ କେବିସି ନାଁ କହି ଟଙ୍କା ଲୁଟିବାର ନେବାର ଏହି ଶୈଳୀକୁ ନେଇ ସ୍ଥାନୀୟ ଅଂଚଳରେ ବେଶ ଚର୍ଚ୍ଚା ହେବାରେ ଲାଗିଛି ।

ସମ୍ବନ୍ଧିତ ଖବର