ପୁରୀ: ଗତକାଲି ସୋନି ଟିଭିରେ ପ୍ରସାରିତ ‘କୌନ ବନେଗା କରୋଡପତି’ ବା କେବିସିରେ ଓଡ଼ିଆ ପୁଅ ତଥା ପ୍ରଖ୍ୟାତ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କୁ ନେଇ ପ୍ରତିଯୋଗୀଙ୍କୁ ଗୋଟିଏ ପ୍ରଶ୍ନ ପଚରାଯାଇଥିଲା। ବିଗ ବି୍ ଅମିତାଭ ବଚ୍ଚନ ହଟ୍ ସିଟରେ ବସିଥିବା ପ୍ରତିଯୋଗୀ ଡକ୍ଟର ଶୃତି ସିଂହଙ୍କୁ ସୁଦର୍ଶନଙ୍କ ବାଲୁକା କଳା ସଂପର୍କିତ ଏକ ପ୍ରଶ୍ନ ରଖିଥିଲେ। ଏକ ବାଲୁକା କଳାର ଚିତ୍ର ପ୍ରଦର୍ଶନ କରି ‘କେଉଁ ପଦ୍ମଶ୍ରୀ ବିଜେତା ବାଲୁକା ଶିଳ୍ପୀ ଏହି ବାଲୁକା କଳା ପ୍ରସ୍ତୁତ କରିଥିଲେ’ ବୋଲି ପ୍ରଶ୍ନ କରିଥିଲେ।
ଏଥିରେ ୪ଟି ବିକଳ୍ପ ଉତ୍ତର ମଧ୍ୟରେ ପଦ୍ମଶ୍ରୀ ବାଲୁକା ଶିଳ୍ପୀ ସୁଦର୍ଶନଙ୍କ ନାମ ଥିଲା। ଯାହାର ଠିକ୍ ଉତ୍ତର ସୁଦର୍ଶନ ପଟ୍ଟନାୟକ ଥିଲା। ତେବେ ପ୍ରତିଯୋଗୀ ୫୦/୫୦ ଅପସନ୍ ନେବା ପରେ ମଧ୍ୟ ଭୁଲ୍ ଉତ୍ତର ଦେଇଥିଲେ। ପରେ ବିଗ ବି' ପ୍ରଦର୍ଶିତ ବାଲୁକା କଳା 'ନମସ୍ତେ ଟ୍ରମ୍ଫ' କାର୍ଯ୍ୟକ୍ରମ ସମୟରେ ପୁରୀ ବେଳାଭୂମିରେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ କରିଥିବା କହିଥିଲେ। ଏ ସମ୍ପର୍କରେ ପ୍ରତିକ୍ରିୟା ବ୍ୟକ୍ତ କରି ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, କେବିସିରେ ତାଙ୍କ ନାଁ ଆସିବା ଖୁସିର କଥା। ତେବେ, ତାଙ୍କ ପାଇଁ ଯେତିକି ସେ ଖୁସି ନୁହନ୍ତି ପୁରୀ ବେଳାଭୂମି କଥା ଉଠିବାରୁ ସେ ଅଧିକ ଖୁସି ବୋଲି କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/f65h4fh4hsf654hsf654hfs6.jpg)