ଲାଠୋର: ବଲାଙ୍ଗୀର ଜିଲ୍ଲା ଲାଠୋର ଥାନା ଚୋରମୁଣ୍ଡା ଗାଁ ନିକଟ ରେଳ ଧାରଣା ଉପରେ ବାଇକ୍ ରଖି ଜଣେ ଅଜଣା ଯୁବକ ଫେରାର୍ ହୋଇଯାଇଛି। ଫଳରେ ଟ୍ରେନ୍ ଧକ୍କାରେ ବାଇକ୍ଟି ଚୂରମାର ହୋଇଯାଇଛି। ସୂଚନା ଅନୁସାରେ, ବୁଧବାର ମଧ୍ୟାହ୍ନରେ ଚୋରମୁଣ୍ଡା ରେଳ ଧାରଣାର ଖମ୍ବ ୧୩୫/୨୪ ନିକଟରେ ଉକ୍ତ ଅଜଣା ଯୁବକ ହଠାତ୍ ଏକ ବାଇକରେ ଆସି ରେଳ ଧାରଣାରେ ବାଇକ୍ଟିକୁ ଅଟକାଇ ଦେଇଥିଲେ। ସେହି ସମୟରେ ଆସୁଥିବା ଏକ ଟ୍ରେନ୍ ବାଇକକୁ ଧକ୍କା ମାରିବାବାରୁ ତାହା ରେଳ ଧାରଣାରୁ ଛିଟିକି ପଡ଼ିଥିଲା।
ଘଟଣାସ୍ଥଳରୁ ଯୁବକ ଫେରାର ହୋଇଯାଇଥିବା ପ୍ରତ୍ୟକ୍ଷଦର୍ଶୀ ପ୍ରକାଶ କରିଛନ୍ତି। ବାଇକ୍ର ନଂ ଓଡି ୦୩ ଆର୍ ୮୯୪୪ ବୋଲି ଜଣାପଡ଼ିଥିଲେ ମଧ୍ୟ ଉକ୍ତ ଯୁବକ କେଉଁ କାରଣରୁ ଏପରି କରିଛନ୍ତି ତାହା ଜଣା ପଡିନାହିଁ।