ହୋମ୍‌ କ୍ୱାରେଣ୍ଟାଇନରେ ଥିବା ସମସ୍ତଙ୍କ ଉପରେ କଡା ନଜର ରଖ, ଅମାନିଆ ହେଲେ ତୁରନ୍ତ ଜଣାଅ: ଗଂଜାମ ଜିଲ୍ଲାପାଳ

ଥଣ୍ଡା, କାଶ, ଝାଡା ହେଲେ ମେଡିକାଲ ଅଧିକାରୀଙ୍କୁ ଖବର ଦେବା ପାଇଁ ପରାମର୍ଶ

ପୋଲସରା: ହୋମ୍‌ କ୍ୱାରେଣ୍ଟାଇନରେ ଥିବା ସମସ୍ତଙ୍କ ଉପରେ କଡ଼ା ନଜର ରଖ। ଅମାନିଆ ହେଲେ ତୁରନ୍ତ ପ୍ରଶାସନକୁ ଜଣାଅ। ପୋଲସରା ବ୍ଳକ ଗସ୍ତରେ ଆସି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଏହି ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ଯେ, ଲୋକେ ଥଣ୍ଡା, କାଶ, ଝାଡ଼ା ହେଲେ ମେଡିକାଲ ଅଧିକାରୀଙ୍କୁ ଖବର ଦିଅନ୍ତୁ।

ଜିଲ୍ଲାପାଳ ପ୍ରଥମେ ମଥୁରା ପଂଚାୟତ କାର୍ଯ୍ୟାଳୟ ଆସି ବିଭାଗୀୟ ଅଧିକାରୀ ଓ ସରପଞ୍ଚ ପ୍ରଦୀପ କୁମାର ନାୟକ ସହ ଆଲୋଚନା ପରେ କଳମ୍ବ ରାଜଶ୍ରୀ ବଳାସି ସମାଜ ଗୃହ ଠାରେ କଳମ୍ବପଞ୍ଚାୟତ ସ୍ତରୀୟ ନୋଡ଼ାଲ ଅଫିସର, ଶିକ୍ଷକ ଶିକ୍ଷୟିତ୍ରୀ, ଅଙ୍ଗନବାଡି କର୍ମୀ, ସ୍ୱାସ୍ଥ୍ୟ କର୍ମୀ, ଆଶାକର୍ମୀ, ସରପଞ୍ଚ, ସମିତିସଭ୍ୟ, ସ୍ୱେଚ୍ଛାସେବୀମାନଙ୍କ ସହ ଆଲୋଚନା କରି ହୋମ୍‌ କ୍ୱାରେଣ୍ଟାଇନରେ ରହୁଥିବା ଲୋକଙ୍କ ଉପରେ କଡା ନଜର ରଖିବା ପାଇଁ ପରାମର୍ଶ ଦେଇଥିଲେ। ଅମାନିଆ ହେଲେ ତାଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ ବୋଲି କହିଥିଲେ।

କଳମ୍ବକୁ ମୋଟ ୧୩୭୧ ଜଣ ଆସିଥିବା ବେଳେ ସେଥିରୁ ୧୧୧ଜଣ ଅଛନ୍ତି ୯୧୮ଜଣ ହୋମ କରୋଣ୍ଟଯଇନରେ ରହୁଥିବା ବିଡିଓ ପ୍ରଶ୍ନର ଉତ୍ତର ଦେଇଥିଲେ। କାହାର କାଶ, ଥଣ୍ଡା, ଝାଡା ବାନ୍ତି, କିଛି ହୋଇଛି କି ବୁଝିଥିଲେ। ମନରେଗାରେ କାମ ଯୋଗାଇ ଦେବାକୁ କହିବା ସହ ସୁରତ ଯିବା ପାଇଁ କେତେ ଜଣ ଆଗ୍ରହୀ ବୋଲି ପଚାରିବୁଝିଲେ। ହାତୀ ଓଟ ପରେ ରୁମାଗଡ ପଞ୍ଚାୟତ କଣ୍ଟେନମେଣ୍ଟ ଜୋନ ସାତ ଦିନ ପାଇଁ ଘୋଷଣା ହୋଇଥିଲେ ମଧ୍ୟ ସେଠାରେ ସରପଞ୍ଚ ପ୍ରତିନିଧି ଓ ଅନ୍ୟାନ୍ୟ ସରକାରୀ କର୍ମଚାରୀଙ୍କ ସହ ପରିସ୍ଥିତି ସମ୍ପର୍କରେ ପଚାରିବୁଝିଲେ।

ସମ୍ବନ୍ଧିତ ଖବର