ଭୁବନେଶ୍ୱର: ଚାରୁ ଓ କାରୁକଳା ଛାତ୍ରଛାତ୍ରୀମାନେ ସାଧନା ଓ ଅଭ୍ୟାସ ବଳରେ ଓଡ଼ିଶାର ଚିତ୍ରକଳା, କାରୁକଳା ଓ ଭାସ୍କର୍ଯ୍ୟର ପ୍ରତିଷ୍ଠାକୁ ବିଶ୍ୱଦୃତି ଆଣିଦେବା ନିମନ୍ତେ ପ୍ରଯତ୍ନ କରନ୍ତୁ। ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ବୁଧବାର ଏହି ପରାମର୍ଶ ଦେଇଛନ୍ତିା ଅତୀତରେ ଓଡ଼ିଆ ଶିଳ୍ପୀମାନଙ୍କର ଗୌରବମୟ ଆଦର୍ଶରେ ଅନୁପ୍ରେରିତ ହୋଇ ସମକାଳୀନ ଶିଳ୍ପୀମାନେ ଅଧକ ପ୍ରସିଦ୍ଧି ଅର୍ଜନ କରିବେ ବୋଲି ମନ୍ତ୍ରୀ ଆଶା ପ୍ରକଟ କରିଛନ୍ତିା

Advertisment

ସ୍ଥାନୀୟ ବିଭୂତି କାନୁନ୍‌ଗୋ ଚାରୁ ଓ କାରୁକଳା ମହାବିଦ୍ୟାଳୟ ପକ୍ଷରୁ ଆୟୋଜିତ ମିଳିତ ମୁଦ୍ରଣ କଳା ଓ ଡ୍ରଇଁ ପ୍ରଦର୍ଶନୀ ଉଦ୍‌ଘାଟନ କରି ମନ୍ତ୍ରୀ ପାଣିଗ୍ରାହୀ ମହାବିଦ୍ୟାଳୟର କୃତିତ୍ୱକୁ ବ୍ୟାପକ କରିବାରେ ଛାତ୍ରଛାତ୍ରୀ ଓ ଅଧ୍ୟାପକମାନେ ଉଦ୍ୟମ ଅବ୍ୟାହତ ରଖିବେ ବୋଲି କହିଛନ୍ତିା ଖୁବଶ୍ରୀଘ୍ର ମହାବିଦ୍ୟାଳୟର ଛାତ୍ରାବାସ କାର୍ଯ୍ୟକ୍ଷମ କରିବା ପାଇଁ ସରକାରୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। ୫୦ ଛାତ୍ର ଓ ୫୦ ଛାତ୍ରୀ ରହିପାରିବା ଭଳି କଲେଜ୍‌ କ୍ୟାମ୍ପସ୍‌ରେ ନିର୍ମିତ ପୃଥକ ଛାତ୍ରାବାସ ଗୃହ ବାତ୍ୟା ‘ଫନି’ରେ କ୍ଷତିଗ୍ରସ୍ତ ହୋଇଥଲାା କ୍ଷତିଗ୍ରସ୍ତ ଛାତ୍ରାବାସ ବୁଲି ଦେଖବା ପରେ ଏହାକୁ ତୁରନ୍ତ ମରାମତି କରାଯିବ ବୋଲି ମନ୍ତ୍ରୀ କହିଛନ୍ତିା

ମହାବିଦ୍ୟାଳୟର ମୁଦ୍ରଣ ବିଭାଗର ଅଧ୍ୟାପକ ଗଜେନ୍ଦ୍ର ସାହୁଙ୍କ ପୌରୋହିତ୍ୟରେ ସଂଚାଳିତ ଏହି କାର୍ଯ୍ୟକ୍ରମରେ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ ମଧ୍ୟ ବକ୍ତବ୍ୟ ରଖଥଲୋ ମହାବିଦ୍ୟାଳୟର ଅଧ୍ୟକ୍ଷ ଲକ୍ଷ୍ମୀକାନ୍ତ ମହାପାତ୍ର ଶେଷରେ ଧନ୍ୟବାଦ ଅର୍ପଣ କରିଥଲୋ ଏହି ମୁଦ୍ରଣ କଳା ପ୍ରଦର୍ଶନରେ ସମୁଦାୟ ୮୫ରୁ ଅଧକ କୃତି ସ୍ଥାନିତ ହୋଇଛିା ମହାବିଦ୍ୟାଳୟର ୩୧ ଜଣ ଛାତ୍ରଛାତ୍ରୀ ପ୍ରଦର୍ଶନୀରେ ଅଂଶଗ୍ରହଣ କରିଥବାବେଳେ ଏହି ପ୍ରଦର୍ଶନୀ ୩୦ ତାରିଖ ପର୍ଯ୍ୟନ୍ତ ଖୋଲା ରହିବା