ଭୁବନେଶ୍ୱର: ୭୦ ଆସନ ବିଶିଷ୍ଟ ଦିଲ୍ଲୀର ଦିଲ ଜିତି ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ଅରବିନ୍ଦ କେଜ୍ରିୱାଲ | ୭୦ରୁ ୬୨ଟିରେ ଆସନରେ ଜିତି ବିପୁଳ ସଂଖ୍ୟା ଗରିଷ୍ଠତାର ସହ ସରକାର ଗଠନ କରିବାକୁ ଯାଉଛନ୍ତି କେଜ୍ରିୱାଲ | ଆସନ୍ତା ଫେବୃୟାରୀ ୧୬ ତାରିଖରେ କେଜ୍ରିୱାଲ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ | ତେବେ ଆପଣ ଜାଣିଛନ୍ତି କି କେଜ୍ରିୱାଲ କେତେ ଟଙ୍କା ଦରମା ପାଇବେ ? ଜାଣନ୍ତୁ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ତୁଳନାରେ କେତେ ଟଙ୍କା ଅଧିକ ଦରମା ପାଇବେ କେଜ୍ରିୱାଲ |
ମୁଖ୍ୟମନ୍ତ୍ରୀ ଭାବେ କେଜ୍ରିୱାଲଙ୍କୁ ମାସିକ ୩ ଲକ୍ଷ ୯୦ ହଜାର ଟଙ୍କାର ଦରମା ମିଳିବ | ୨ ଲକ୍ଷ ୨୦ ହଜାର ଟଙ୍କା ମୌଳିକ ବେତନ ଭାବେ ମିଳିବାକୁ ଥିବାବେଳେ ୧ ଲକ୍ଷ ୭୦ ହଜାର ଟଙ୍କା ଅନ୍ୟାନ୍ୟ ଭତ୍ତା ଭାବେ ମିଳିବ | ସେହିପରି ଏହି ଦରମା ଛଡା ସୁରକ୍ଷା, ଚିକିତ୍ସା, ଘର, ବିଜୁଳି ଓ ଟେଲିଫୋନର ମଧ୍ୟ ସୁବିଧା ମିଳିବ |
୨୦୧୫ ମସିହାରେ ଦିଲ୍ଲୀ ବିଧାନସଭାରେ ପାସ କରାଯାଇଥିବା ବିଲ ମୁତାବକ ଦିଲ୍ଲୀର ବିଧାୟକଙ୍କ ମୗଳିକ ଦରମା ୧୨ ହଜାର ଟଙ୍କାରୁ ବଢ଼ାଇ ୫୦ ହଜାର ଟଙ୍କା କରାଯାଇଥିବା ବେଳେ ସେମାନଙ୍କ ସମୁଦାୟ ଦରମା ୮୮ ହଜାର ଟଙ୍କାରୁ ବଢ଼ାଇ ୨ ଲକ୍ଷ ୧୦ ହଜାର ଟଙ୍କା କରାଯାଇଥିଲା | ସେହିପରି ମନ୍ତ୍ରୀ ଓ ବାଚସ୍ପତିଙ୍କର ଦରମା ୧ ଲକ୍ଷ ୨୦ ହଜାର ଟଙ୍କା ପରିବର୍ତ୍ତେ ୩ ଲକ୍ଷ ୬୭ ହଜାର ୬୭୦ ଟଙ୍କା କରାଯାଇଥିଲା |
ଅନ୍ୟପଟେ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଦରମା କଥା କହିବାକୁ ଗଲେ ସେ ମାସିକ ମାତ୍ର ୧ ଲକ୍ଷ ୬୦ ହଜାର ଟଙ୍କାର ଦରମା ପାଆନ୍ତି | ଏଠାରେ ସୂଚନା ଥାଉ କି ୨୦୧୮ ମାର୍ଚ୍ଚ ଶେଷ ସୁଦ୍ଧା ନବୀନଙ୍କ ସମ୍ପତ୍ତିର ପରିମାଣ ପ୍ରାୟ ୪୯.୨୪ କୋଟି ଟଙ୍କା ଥିବା ବେଳେ ୨୦୧୯ ମାର୍ଚ୍ଚ ଶେଷ ସୁଦ୍ଧା ଏହା ୬୩.୬୪ କୋଟି ଟଙ୍କାକୁ ଛୁଇଁଥିବା ହିସାବ କରାଯାଉଛି। ନବୀନଙ୍କ ପାଖରେ ଏବେବି ୧୯୮୦ ମଡେଲର ଆମ୍ବାସାଡ଼ର କାର ଥିବା ବେଳେ ୨ଲକ୍ଷରୁ ଅଧିକ ଟଙ୍କାର ସୁନାଗହଣା ମଧ୍ୟ ଅଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/02/SAMBAD.jpg)