ସୁନନ୍ଦା ପଟ୍ଟନାୟକଙ୍କ ବିୟୋଗରେ କେନ୍ଦ୍ର ସାହିତ୍ୟ ଅକାଦେମିର ଶୋକ

ଭୁବନେଶ୍ବର : ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଶାସ୍ତ୍ରୀୟ ସଂଗୀତ କଣ୍ଠଶିଳ୍ପୀ ସୁନନ୍ଦା ପଟ୍ଟନାୟକ(୮୫)ଙ୍କ ବିୟୋଗରେ କେନ୍ଦ୍ର ସାହିତ୍ୟ ଅକାଦେମି ପକ୍ଷରୁ ଶୋକ ପ୍ରକାଶ ପାଇଛି। ଅକାଦେମିର ଓଡ଼ିଆ ଉପ‌ଦେଷ୍ଟାମଣ୍ଡଳୀ ଆବାହକ ଡ. ବିଜୟାନନ୍ଦ ସିଂହ କହିଛନ୍ତି ଯେ, ପ୍ରବାଦ କଣ୍ଠଶିଳ୍ପୀ ସୁନନ୍ଦା ପଟ୍ଟନାୟକଙ୍କ କଣ୍ଠସ୍ବରରୁ ଯେଉଁ ସଙ୍ଗୀତ ଝଙ୍କୃତ ହେଉଥିଲା ଏବଂ ପ୍ରତ୍ୟେକ ଶ୍ରୋତାଙ୍କୁ ଏପରି ମନ୍ତ୍ରମୁଗ୍ଧ କରୁଥିଲା, ତାହାର ପଟାନ୍ତର ନାହିଁ। ସେ ଥିଲେ ଏକ ଯୁଗଚେତନାର ଅଧିକାରୀ। ତାଙ୍କ ବିୟୋଗରେ ଏକ ସଂଗୀତ ଯୁଗର ଅବସାନ ଘଟିଲା ବୋଲି ଡ. ସିଂହ ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି।

ସମ୍ବନ୍ଧିତ ଖବର