କେନ୍ଦ୍ର ସାହିତ୍ୟ ଏକାଡେମୀର ‘ଯୁବ ସାହିତି’ କାର୍ଯ୍ୟକ୍ରମ

ଭୁବନେଶ୍ବର : କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ଓଡ଼ିଆ ଯୁବ ଲେଖକମାନଙ୍କ ପାଇଁ ‘ଯୁବ ସାହିତି’ କାର୍ଯ୍ୟକ୍ରମ ୱେବିନାର୍‌ ମାଧ୍ୟମରେ ଆୟୋଜିତ ହୋଇଯାଇଛି।

ଏହି ସାରସ୍ବତ ରଚନା ପାଠରେ ଡ. ମମତା ପ୍ରିୟଦର୍ଶିନୀ ସାହୁ ଓ ଦେବବ୍ରତ ଦାଶ କବିତା ପାଠ କରିଥିବାବେଳେ ସୁବ୍ରତ ସେନାପତି ଗଳ୍ପ ପାଠ କରିଥିଲେ। ରଚନାଗୁଡ଼ିକ ସମୟ ଓ ସମକାଳର ବିଭିନ୍ନ ଘଟଣା ଉପରେ ଆଧାରିତ ଥିଲା। କେନ୍ଦ୍ର ସାହିତ୍ୟ ଏକାଡେମୀର ଓଡ଼ିଆ ଉପ‌ଦେଷ୍ଟାମଣ୍ଡଳୀର ଆବାହକ ଡ. ବିଜୟାନନ୍ଦ ସିଂହ ସ୍ବାଗତ୍‌ ସୂଚନା ଦେବା ସହ ଓଡ଼ିଆ ସାହିତ୍ୟରେ ଯୁବ ଲେଖକଙ୍କ ଭୂମିକା ଉତ୍ସାହଜନକ ବୋଲି କହିଥିଲେ। ଏକାହଡେମୀର ପୂର୍ବାଞ୍ଚଳ ସଚିବ ଦେବେନ୍ଦ୍ର କୁମାର ଦେବେଶ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ

ସମ୍ବନ୍ଧିତ ଖବର