କେନ୍ଦ୍ରାପଡ଼ା: ଗତକାଲି ମହାକାଳପଡ଼ା ଥାନାରୁ ଖସି ପଳାଇଥିବା ଜଣେ ଯୁବକଙ୍କ ଶବ ଏକ ନିର୍ମାଣାଧୀନ ଘରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି।
ମୃତ ଯୁବକ ହେଉଛନ୍ତି ବାଲଣା ଗ୍ରାମର ଅବିନାଶ ପାଇତାଳ ଓରଫ ମୂଷା। ମୋବାଇଲ୍ ଚୋରି ଅଭିଯୋଗ କ୍ରମେ ତାଙ୍କୁ ଗତକାଲି ପୁଲିସ ଥାନାକୁ ଧରି ନେଇଥିଲା।
ରବିବାର ସକାଳେ ଥାନା ଠାରୁ ପ୍ରାୟ ୧୦୦ ମିଟର ଦୂର ହଳଧର ମଳିକଙ୍କ ନିର୍ମାଣାଧୀନ ଶିଡ଼ି ଘରେ ଅବିନାଶଙ୍କ ଶବ ଝୁଲୁଥିବାର ଦେଖାଯାଇଥିଲା।
ଘର ନିକଟରେ ଥିବା ଏକ ପିଜୁଳିଗଛରେ ଚଢ଼ି ଅବିନାଶ ଶିଡ଼ି ଘରକୁ ଯାଇ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ଅନୁମାନ କରାଯାଉଥିଲେ ବି ତାଙ୍କ ପରିବାର ଲୋକେ ଏହାକୁ ହତ୍ୟାକାଣ୍ଡ ବୋଲି କହୁଛନ୍ତି। ସେମାନେ କହିବାଅନୁସାରେ, ପୁଲିସ ତାଙ୍କୁ ପିଟିପିଟି ହତ୍ୟା କରିବା ପରେ ସେଠାରେ ଟାଙ୍ଗି ଦେଇଛି।
ଘଟନା ପ୍ରଘଟ ହେବା ପରେ ସାଧାରରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବା ସହ ମୃତ ଅବିନାଶଙ୍କ ପରିବାର ପାଇଁ କ୍ଷତିପୂରଣ- ଜଣକୁ ହୋମ୍ଗାର୍ଡ ଚାକିରି ଓ ୫୦ ହଜାର ଟଙ୍କା, ଦାବି କରି ସ୍ଥାନୀୟ ଲୋକେ ମହାକାଳପଡ଼ା-ରାମନଗର ରାସ୍ତା ବଲଣା ଛକ ଅବରୋଧ କରିଛନ୍ତି।
ଘଟଣାସ୍ଥଳରେ ଏସ୍ପି ଅରୁଣ କୁମାର ପହଞ୍ଚି ଟାୟାର୍ ପୋଡ଼ି ରାସ୍ତା ବନ୍ଦ କରିଥିବା ଉତ୍ତ୍ୟକ୍ତ ଜନତାଙ୍କୁ ବୁଝାଶୁଝା କରାଉଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/08/balana-road-blocked.jpg)