କଟକରେ ବସିଲା କେନ୍ଦ୍ରାପଡ଼ା ବିଜେଡି ବୈଠକ, ବ୍ଲକ୍‌ ସଭାପତିଙ୍କୁ ନ ଡାକି ସାଙ୍ଗଠନିକ ଆଲୋଚନା

ଜିଲ୍ଲା ପରିଷଦ ସଭାପତିଙ୍କୁ ଡାକିଲେ, ବ୍ଲକ୍‌ ଅଧୢକ୍ଷଙ୍କୁ ଭୁଲିଗଲେ
ଆସିଲେନି ସା˚ସଦ, ପାଟକୁରା ବିଧାୟିକା; ମଞ୍ଚରେ ମିଲନ୍‌ଙ୍କୁ ନେଇ ଚର୍ଚ୍ଚା
ତେଜୁଛି ଅସନ୍ତୋଷ; ତୃଣମୂଳସ୍ତରରେ କର୍ମୀ ଖପ୍ପା

କେନ୍ଦ୍ରାପଡ଼ା : ବୁଧବାର କଟକରେ ବସିଛି କେନ୍ଦ୍ରାପଡ଼ା ଜିଲ୍ଲା ବିଜେଡି ସାଙ୍ଗଠନିକ ବୈଠକ। ପୂର୍ବ ନିର୍ଦ୍ଧାରିତ ଏହି ବୈଠକକୁ ନେଇ ବ୍ୟାପକ ଜନ ଅସନ୍ତୋଷ ରହିଥିଲେ ବି ତାହାକୁ ଗୁରୁତ୍ବ ଦିଆଯାଇନାହିଁ। ବୈଠକର ସ୍ଥାନକୁ ନେଇ ସାଧାରଣରେ ଯେତିକି ଆଲୋଚନା ଜୋର୍‌ ଧରିଛି, କିଏ ଉପସ୍ଥିତ ରହିବା ନରହିବାକୁ ନେଇ ରାଜ‌େନୖତିକ ମହଲରେ ବି ସେତିକି ଚର୍ଚ୍ଚା ଦେଖିବାକୁ ମିଳିଛି।

କେନ୍ଦ୍ରାପଡ଼ାରେ ଜିଲ୍ଲା ବିଜେଡି ବୈଠକ କଟକରେ କରାଯିବା ନିଷ୍ପତ୍ତିକୁ ନେଇ ଆରମ୍ଭରୁ ଦଳ ଭିତରେ ଅସନ୍ତୋଷ ଦେଖାଦେଇଥିଲା। ଏଭଳି ନିଷ୍ପତ୍ତିକୁ ଯଦିଓ ବିରୋଧ କରିବା ପାଇଁ ସାହସ ଦେଖାଇ ନଥିଲେ, କିନ୍ତୁ ସ˚ଗଠନ ଭିତରେ ଏହାକୁ ନେଇ ଅସନ୍ତୋଷ ତେଜିଥିଲା। ତା’ ସତ୍ତ୍ବେ ମଧ୍ୟ ଆଜି କଟକର ଦ୍ବାରିକା ହୋଟେଲ୍‌ରେ ଦଳର ସାଙ୍ଗଠନିକ ବୈଠକ ବସିଥିଲା। ଦଳର ଜିଲ୍ଲା ସଭାପତି ଉତ୍କଳ କେଶରୀ ପରିଡ଼ାଙ୍କ ଅଧୢକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚ୍ଚୀ ନାୟକ, କେନ୍ଦ୍ରାପଡ଼ା ବିଧାୟକ ଶଶୀଭୂଷଣ ବେହେରା, ଆଳି ବିଧାୟକ ପ୍ରତାପ କେଶରୀ ଦେବ, ରାଜନଗର ବିଧାୟକ ଧ୍ରୁବଚରଣ ସାହୁ ଏବଂ ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ପୂର୍ବତନ ବାରବାଟୀ କଟକ ବିଧାୟକ ଦେବାଶିଷ ସାମନ୍ତରାୟ ବୈଠକରେ ଯୋଗ ଦେଇଥିଲେ। ତେବେ, ସାଂସଦ ଅନୁଭବ ମହାନ୍ତି, ପାଟକୁରା ବିଧାୟିକା ସାବିତ୍ରୀ ଅଗ୍ରଵାଲଙ୍କୁ ବୈଠକରେ ଦେଖିବାକୁ ମିଳିନଥିଲା। ବିଧାୟିକାଙ୍କ ସ୍ଥାନରେ ପ୍ରତିନିଧି ହିସାବରେ ପୁଅ ସ˚ଜୟ ଅଗ୍ରଵାଲ୍‌ ମ˚ଚାସୀନ ହୋଇଥିଲେ।

ଜିଲ୍ଲାର ସବୁ ଛାମୁଆ ସ˚ଗଠନର ମୁଖ୍ୟ, ପାଞ୍ଚ ଉପସଭାପତି, ପାଞ୍ଚ ସାଧାରଣ ସ˚ପାଦକ, ଓଡ଼ିଶା ମୋ ପରିବାର କର୍ମକର୍ତାଙ୍କ ସମେତ ପ୍ରାୟ ୫୦ରୁ ଅଧିକ ଦଳୀୟ ପଦାଧିକାରୀ ବୈଠକରେ ସାମିଲ୍‌ ହୋଇଥିଲେ।

ସବୁଠୁ ଆଶ୍ଚର୍ଯ୍ୟର ବିଷୟ ହେଉଛି, ଜିଲ୍ଲା ବିଜେଡିର ଏହି ସା˚ଗଠନିକ ବୈଠକକୁ ୯ଟି ବ୍ଲକ୍‌ର ଦଳୀୟ ସଭାପତିଙ୍କୁ ଡକାଯାଇନଥିଲା। ଜିଲ୍ଲା ପରିଷଦ ଅଧୢକ୍ଷ, ଉପାଧୢକ୍ଷଙ୍କୁ ଡକାଯାଇଥିବାବେଳେ ବ୍ଲକ୍‌ ଅଧୢକ୍ଷ ଓ ଉପାଧୢକ୍ଷଙ୍କୁ ନିମନ୍ତ୍ରଣ ନଥିଲା। ଜିଲ୍ଲା ପରିଷଦ ସଭାପତି ମାନସ କୁମାର ପରିଡ଼ା ଉପସ୍ଥିତ ଥାଇ ତାଙ୍କୁ ଚେୟାର ମିଳି ନ ଥିବାବେଳେ ଜିଲ୍ଲା ସ˚ଗଠନ ସହିତ ଜଡ଼ିତ ନ ଥିବା ମିଲନ୍‌ କାନୁନ୍‌ଗୋ କିନ୍ତୁ ବିଧାୟକମାନଙ୍କ ସହିତ ମ˚ଚରେ ବସିବାର ସୁଯୋଗ ପାଇଛନ୍ତି। ତାହା ପୁଣି ବୈଠକ ଆରମ୍ଭରୁ ସା˚ସଦଙ୍କ ଚେୟାର‌୍‌ ଦୀର୍ଘ ସମୟ ଖାଲି ପଡ଼ିବା ପରେ ତାଙ୍କୁ ବସାଯାଇଥିଲା।

ତେବେ, ତୃଣମୂଳସ୍ତରରେ ଯେଉଁ ବ୍ଲକ୍‌ ସଭାପତିମାନଙ୍କ କାନ୍ଧରେ ଦଳୀୟ ସ˚ଗଠନ ନ୍ୟସ୍ତ ଥାଏ, ସେମାନଙ୍କୁ ଜିଲ୍ଲା ବାହାରେ ହେଉଥିବା ଏହି ଦଳୀୟ ସା˚ଗଠନିକ ବୈଠକକୁ ଡକା ନଯିବା ସା˚ଗଠନିକ ଅଭିବୃଦ୍ଧି ଏବ˚ ପଞ୍ଚାୟତ ନିର୍ବାଚନ ସ˚କ୍ରାନ୍ତରେ ଆଲୋଚନାକୁ କର୍ମୀମାନେ ବି ସହଜରେ ଗ୍ରହଣ କରିପାରୁ ନାହାନ୍ତି। ବ୍ଲକ୍‌ ସଭାପତି ଓ ଅଧୢକ୍ଷମାନଙ୍କ ମଧୢରେ ଏହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିବା ଜଣାପଡ଼ିଛି। ଜିଲ୍ଲା ପରିଷଦ ଅଧୢକ୍ଷଙ୍କୁ ଡକାଯାଉଥିବା ବେଳେ ବ୍ଲକ୍‌ ଅଧୢକ୍ଷଙ୍କୁ କେଉଁ ନ୍ୟାୟରେ ଏଥିରୁ ବ˚ଚିତ ରଖାଯାଉଛି ବୋଲି କେତେଜଣ ବ୍ଲକ୍‌ ସଭାପତି ପ୍ରତିକ୍ରିୟା ପ୍ରକାଶ କରିିଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର