କେନ୍ଦ୍ରାପଡ଼ା କଲେଜର ହୀରକ ଜୟନ୍ତୀ ପାଇଁ ବୈଠକ

ଭୁବନେଶ୍ବର : କେନ୍ଦ୍ରାପଡ଼ା ସ୍ବୟଂଶାସିତ ମହାବିଦ୍ୟାଳୟର ହୀରକ ଜୟନ୍ତୀ ଉତ୍ସବ ପାଳନ ପାଇଁ ପୁରାତନ ଛାତ୍ରମାନଙ୍କ ପ୍ରସ୍ତୁତି ‌ବୈଠକ ଗାନ୍ଧୀ ମାର୍କେଟ ଅଞ୍ଚଳରେ ଅନୁଷ୍ଠିତ ହୋଇଛି। ଫେବ୍ରୁଆରି ୧୧ରୁ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଉତ୍ସବକୁ ସ୍ମରଣୀୟ କରିବାକୁ ବୈଠକରେ ବିଭିନ୍ନ ପ୍ରସ୍ତାବ ଗ୍ରହଣ କରାଯାଇଛି। ହୀରକ ଜୟନ୍ତୀ ଉତ୍ସବର ପ୍ରଥମ ଦିନ ଅର୍ଥାତ୍‌ ୧୧ ତାରିଖରେ ପୁରାତନ ଛାତ୍ରଛାତ୍ରୀଙ୍କର ସମ୍ମିଳନୀ ତଥା ପ୍ରତିଭା ସମ୍ବର୍ଧନା କାର୍ଯ୍ୟକ୍ରମ କରିବାକୁ ସ୍ଥିର ହୋଇଛି। ଏହାବ୍ୟତୀତ ପୂର୍ବାହ୍ନରେ କଲେଜ ଛାତ୍ରଛାତ୍ରୀଙ୍କୁ ନେଇ ହୀରକ ଗଣଦୌଡ଼ ଓ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଥିରେ ରାଜ୍ୟ ତଥା ରାଜ୍ୟ ବାହାରେ ରହୁଥିବା ସମସ୍ତ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିବାକୁ ଅନୁରୋଧ କରାଯାଇଛି। ହୀରକ ଜୟନ୍ତୀକୁ ଶୃଙ୍ଖଳିତ ତଥା ସଫଳ କରିବା ପାଇଁ କଲେଜ ପ୍ରଶାସନକୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବା ସହ ଅଧିକରୁ ଅଧିକ ପୁରାତନ ଛାତ୍ରଛାତ୍ରୀଙ୍କୁ ସାମିଲ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି।

ଶରତ ସିଂହଙ୍କ ଆବାହକତ୍ବରେ ଅନୁଷ୍ଠିତ ବୈଠକରେ ବିଶ୍ବଜିତ୍ ଦାସ ଅଧ୍ୟକ୍ଷତା କରିଥିଲେ। ଏଥିରେ ପୂର୍ବତନ ପ୍ରଶାସନ ଅଲେଖ ଚନ୍ଦ୍ର ପଢ଼ିଆରି, ଉମାକାନ୍ତ ମହାପାତ୍ର, ଅମର ନାୟକ, ବଲ୍ଲଭ ସାହୁ, ବସନ୍ତ କୁମାର ସାହାଣୀ, ଅମୂଲ୍ୟ ଦାସ, ଲଲାଟେନ୍ଦୁ ସାହୁ, ରାଜେଶ କୁମାର ନାୟକ, ମନୀନ୍ଦ୍ର ସାମଲ, ପ୍ରଶାନ୍ତ ଦାସ, ଶାଶ୍ୱତ ମହାପାତ୍ର, ସୌମ୍ୟରଞ୍ଜନ ମହାପାତ୍ର, ବସନ୍ତ ଲେଙ୍କା, ଅନୀଲ ବଳିଆରସିଂ, ଦୀପକ ସାହୁ, ତାପସ ଦାସ, ବିଶ୍ବରଞ୍ଜନ ଦାସଙ୍କ ସମେତ ବହୁ ପୁରାତନ ଛାତ୍ର ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର