କେନ୍ଦ୍ରାପଡ଼ାର କରୋନା ଆକ୍ରାନ୍ତଙ୍କ ଯାତ୍ରା ବିବରଣୀ, ଦୁବାଇରୁ କେମିତି ଆସି ଘରେ ପହଞ୍ଚିଥିଲେ ଯୁବକ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ରାଜ୍ୟର ୪୦ତମ କରୋନା ପଜିଟିଭଙ୍କ ଯାତ୍ରା ଇତିହାସ ସଂପର୍କରେ ସୂଚନା ଦେଇଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲାର ଏହି କରୋନା ଆକ୍ରାନ୍ତ ହେଉଛନ୍ତି ଆଳି ଅଞ୍ଚଳର ୩୨ ବର୍ଷିଅ ଯୁବକ । ସେ ମାର୍ଚ୍ଚ ୨୧-୨୨ରେ ଦୁବାଇରୁ ଇୱାଇ ୨୮୧ ବିମାନରେ ଆସି ଦିଲ୍ଲୀରେ ପହଞ୍ଚିଥିଲେ । ଦିଲ୍ଲୀରୁ ଭୁବନେଶ୍ୱର ଆସିବା ପାଇଁ ଏୟାର ଇଣ୍ଡିଆ୭୫ର ୧୧-ଡି ସିଟରେ ବସିଥିଲେ । ସେ ଭୁବନେଶ୍ୱରରେ ମାର୍ଚ୍ଚ ୨୪ରେ ପହଞ୍ଚିଥିଲେ । ଏହାପରେ ସେ ସେହିଦିନ ହିଁ ଭୁବନେଶ୍ୱର ବିମାନବନ୍ଦରରୁ ଏକ ଟ୍ୟାକ୍ସି (ଓଡି ୦୨ଏ୧୦ ୭୫୯୮)ରେ କେନ୍ଦ୍ରାପଡ଼ା ଯାଇଥିଲେ ।

କେନ୍ଦ୍ରାପଡ଼ା ଜିଲ୍ଲାରେ ଥିବା ନିଜ ଘରେ ପହଞ୍ଚିବା ପରେ ସ୍ଥାନୀୟ ଲୋକେ ପୁଲିସ ଓ ତହସିଲଦାରଙ୍କୁ ସୂଚନା ଦେଇଥିଲେ । ଏହା ପରେ ତାଙ୍କୁ ହୋମ କ୍ୱାରେଣ୍ଟାଇନରେ ରହିବାକୁ କୁହାଯାଇଥିଲା । ସେ ଏପ୍ରିଲ ୬ ତାରିଖ ଦିନ ପଜିଟିଭ ଚିହ୍ନଟ ହେବା ପରେ ସେହିଦିନ ହିଁ ତାଙ୍କୁ କଟକସ୍ଥିତ ଅଶ୍ୱିନୀ ହସ୍ପିଟାଲକୁ ସ୍ଥାନାନ୍ତର ହୋଇଥିଲେ ।

ସମ୍ବନ୍ଧିତ ଖବର