କେନ୍ଦ୍ରାପଡ଼ା/ଭୁବନେଶ୍ୱର: ବହୁ ସଂଖ୍ୟାରେ ସ୍ୱାସ୍ଥ୍ୟ ସେବା ଯୋଗାଉଥିବା ଡାକ୍ତର ଏବଂ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହେବା ପରେ ଆଜି ଅପରାହ୍ନ ୪ଟାରୁ ଆସନ୍ତା ସେପ୍ଟେମ୍ବର ୨୫ ଯାଏଁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ବନ୍ଦ ରଖାଯାଇଛି । ଏହି ସମୟ ମଧ୍ୟରେ ରୋଗୀମାନଙ୍କୁ କେବଳ ଜରୁରୀକାଳୀନ ସେବା ଯୋଗାଇ ଦିଅଯିବ ।
/sambad/media/post_attachments/wp-content/uploads/2020/09/kpd-1024x576.jpg)
ସୂଚନାଯୋଗ୍ୟ, କରୋନା ପଜିଟିଭ ଚିହ୍ନଟ ହେବା ପରେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନା ପୂର୍ବରୁ ମଧ୍ୟ ସାମୟିକ ଭାବେ ବନ୍ଦ କରାଯାଇଥିଲା । ଗତ ମାସରେ ଡାକ୍ତରଖାନାର କିଛି କର୍ମଚାରୀ କରୋନା ପଜିଟିଭ ହୋଇଥିବାରୁ ଏହାକୁ ବନ୍ଦ କରାଯାଇଥିଲା ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/09/kendrapara-DHH.jpg)