କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ସହରର ମଧୢସ୍ଥଳ ପୁରୁଣା ବସଷ୍ଟାଣ୍ତ୍‌ରେ ରହିଛି ବ୍ରିଟିସ ଅମଳର ଡାଇମଣ୍ତ ଜୁବୁଲି ପବ୍ଲିକ୍‌ ପାଠାଗାର। ୧୨୬ ବର୍ଷ ତଳର ଏହି ପ୍ରାଚୀନ ପାଠାଗାର ବ୍ରିଟେନ୍‌ର ରାଣୀ ଭିକ୍ଟୋରିଆଙ୍କ ୭୫ ବର୍ଷ ଶାସନର ହୀରକ ଜୟନ୍ତୀ ପାଳନ ଉପଲକ୍ଷେ ନିର୍ମାଣ କରାଯାଇଥିଲା। କିନ୍ତୁ ଏହି ଶତାୟୁ ପାଠାଗାରର ଅସ୍ତିତ୍ବ ଏବେ ସ˚କଟରେ। ସରକାରୀ ପ୍ରୋତ୍ସାହନ ଓ ରାଜନୈତିକ ଇଚ୍ଛାଶକ୍ତିର ଅଭାବ କାରଣରୁ ଐତିହାସକ ପୃଷ୍ଠଭୂମି ରଖୁଥିବା ଏହି ପାଠାଗାରଟି ନିଜସ୍ବ ଘର ଭଡ଼ା ଟଙ୍କା ଭରସାରେ ପରିଚାଳିତ ହେଉଛି। ୧୮୯୭ ମସିହାରେ କେନ୍ଦ୍ରାପଡ଼ା ପୌରାଞ୍ଚଳରେ ଏହି ପାଠାଗାର ନିର୍ମାଣ କରାଯାଇଥିଲା। ଇତିହାସ କହେ, ବ୍ରିଟିଶ ଶାସକମାନେ ରାଣୀ ଭିକ୍ଟୋରିଆଙ୍କ ରାଜୁତିର ହୀରକ ଜୟନ୍ତୀ ଉପଲକ୍ଷେ ଏହାକୁ ତିଆରି କରିଥିଲେ।

Advertisment

ସେତେବେଳେ ବାଲେଶ୍ବରର ରାଜା ବୈକୁଣ୍ଠ ନାଥ ଦେ ଏହାର ନିର୍ମାଣ ପାଇଁ ୫ ହଜାର ଟଙ୍କା ଦାନ କରିଥିଲେ। ଅନେକ ଐତିହାସିକ ଘଟଣାର ଗୁରୁତ୍ବ ରଖୁଥିବା ଏହି ପାଠାଗାରରେ ବର୍ତ୍ତମାନ ୧୫ ହଜାରରୁ ଅଧିକ ମୂଲ୍ୟବାନ୍‌ ଇ˚ରାଜୀ, ଓଡ଼ିଆ, ହିନ୍ଦୀ ଓ˚ ବଙ୍ଗଳା ପୁସ୍ତକ ରହିଛି। ସେଥିରେ ଏକ ହଜାରରୁ ଅଧିକ ଶହେ ବର୍ଷରୁ ଅଧିକ ପୁରୁଣା ପୁସ୍ତକ ଥିବା କୁହାଯାଉଛି। ଅତୀତରେ ବହୁ ବିଶିଷ୍ଟ ବ୍ୟକ୍ତି, ରାଜନେତା, ସାହିତ୍ୟିକ, ବୁଦ୍ଧିଜୀବୀ ଏହାର ପରିଦର୍ଶନ କରି ଭିଜିଟର୍ସ ଡାଏରିରେ ନିଜ ଅଭିମତ ରଖିଛନ୍ତି। ପ୍ରଖ୍ୟାତ ସାହିତ୍ୟିକ କବିବର ରାଧାନାଥ ରାୟ ସ୍କୁଲ୍‌ ଇନସ୍ପେକ୍ଟର‌୍‌ ଥିବା ବେଳେ ୧୮୯୭, ନଭେମ୍ବର ୧୫ତାରିଖରେ ଏହି ପାଠଗାର ବୁଲି ଦେଖିଥିଲେ। ଅନୁରୂପ ଭାବେ ବିଜୁ ପଟ୍ଟନାୟକ ୧୯୬୧, ଅକ୍ଟୋବର ୮ତାରିଖରେ ପାଠାଗାର ପରିଦର୍ଶନ କରି ଏଭଳି ପାଠାଗାର ସାରା ରାଜ୍ୟରେ ହେବା ଉଚିତ୍‌ ବୋଲି ରେଜିଷ୍ଟ୍ରାର‌୍‌ ଡାଏରିରେ ନିଜ ଅଭିମତରେ ଲେଖିଥିଲେ। କିନ୍ତୁ ବାରମ୍ବାର ଦାବି ପରେ ବି କାହିଁକି ଏହି ଶତାୟୁ ବେସରକାରୀ ପାଠାଗାରର ପୁନରୁଦ୍ଧାର ପ୍ରତି ଅଣଦେଖା କରାଯାଉଛି, ତାହା ବୁଝାପଡ଼ୁନାହିଁ। ଯେଉଁ ପ୍ରାଚୀନ ସୌଧରେ ଏହି ପାଠାଗାରଟି ରହିଛି, ସେହି ଘରର ସାତଟି ବଖରା ଭଡ଼ା ଲାଗିଛି। ଦୋକାନୀମାନେ ମାସକୁ ଦେଉଥିବା ଭଡ଼ା ଅର୍ଥରେ ପାଠାଗାର ପରିଚାଳନା ସହିତ ନିଯୁକ୍ତ ତିନି ଜଣ କର୍ମଚାରୀଙ୍କୁ ଦରମା ଦିଆଯାଉଛି। ଏହା ମଧୢରେ ପାଠାଗାରକୁ ଶୀତତାପ ନିୟନ୍ତ୍ରିତ କକ୍ଷ କରାଯିବା ସହିତ କ˚ପ୍ୟୁଟରୀକରଣ କରାଯାଇଛି। ମାତ୍ର ବହି ଏତେ ବିପୁଳ ପରିମାଣର ରହିଛି ଯେ ତାହାକୁ ସ˚ରକ୍ଷିତ ରଖିବା ପାଇଁ ଜାଗାର ଅଭାବ ରହିଛି।

ପାଠାଗାରର ସଭାପତି ଆଇନଜୀବୀ ସରୋଜରାଜ ସି˚ହ କହିଛନ୍ତି ଯେ ସାରା ରାଜ୍ୟରେ ଏହା ଅନ୍ୟତମ ଐତିହାସିକ ପୃଷ୍ଠଭୂମି ରଖୁଥିବା ପାଠାଗାର। ବହୁ ଗବେଷକ ପୁରୁଣା ବହି ସନ୍ଧାନରେ ଏଠାକୁ ଆସୁଛନ୍ତି। କିନ୍ତୁ ଏହାର ସ˚ରକ୍ଷଣ ପାଇଁ ସରକାରୀ ସ୍ତରରେ ଯେଭଳି ଉଦ୍ୟମ ହେବା କଥା, ତାହା ହେଉନାହିଁ। ସରକାର ୫-ଟି ରୂପାନ୍ତରିତ ଯୋଜନାରେ ସାରା ରାଜ୍ୟରେ ସ୍କୁଲ୍‌ ଓ କଲେଜର ନବୀକରଣରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। କିନ୍ତୁ ବାରମ୍ବାର ଦାବି ପରେ ବି କେନ୍ଦ୍ରାପଡ଼ାର ଏହି ପ୍ରାଚୀନ ପାଠାଗାର ପ୍ରତି ଦୃଷ୍ଟି ନ ଦେବା କଷ୍ଟଦାୟକ ବୋଲି ଶ୍ରୀ ସି˚ହ କହିଛନ୍ତି।