ରାଜନଗର: କେନ୍ଦ୍ରାପଡ଼ା ଜିଲ୍ଲାର ଏକମାତ୍ର ନିର୍ବାଚନମଣ୍ଡଳୀ ରାଜନଗରରେ ବିଜେଡିର ଭୋଟ ହାର ବୃଦ୍ଧି ପାଇଛି। ୨୦୧୯ରେ ବିଜେଡି ଏଠି ୪୫.୮୧ ପ୍ରତିଶତ ଭୋଟ ପାଇଥିବା ବେଳେ ୨୦୨୪ରେ ତାହା ୪୬.୪୬ ପ୍ରତିଶତକୁ ବୃଦ୍ଧି ପାଇଛି। ବିଜୟୀ ବିଜେଡି ପ୍ରାର୍ଥୀ ଧ୍ରୁବ ଚରଣ ସାହୁ ୮୧,୪୯୨ ଖଣ୍ତ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ଲଳିତ କୁମାର ବେହେରା ୬୩,୧୧୨ ଓ କଂଗ୍ରେସ ପ୍ରାର୍ଥୀ ଅଶୋକ କୁମାର ପ୍ରତିହାରୀ ୨୬,୩୮୯ ଭୋଟ ପାଇଛନ୍ତି।

Advertisment

ଚଳିତ ନିର୍ବାଚନରେ ପଟ୍ଟାମୁଣ୍ତାଇ ମ୍ୟୁନିସିପାଲିଟି ସହିତ ୩୭ଟି ପଞ୍ଚାୟତରେ ବିଜେଡି ଅଗ୍ରଣୀ ରହିଥିବା ବେଳେ ବିଜେପି ୧୦ଟି ପଞ୍ଚାୟତରେ ବିଜେଡିଠାରୁ ଆଗରେ ରହିଛି। ପଟ୍ଟାମୁଣ୍ତାଇ ମ୍ୟୁନିସିପାଲିଟିରେ ବିଜେଡି ୯,୪୭୧ ଭୋଟ ପାଇଥିବା ବେଳେ ବିଜେପି ୮,୧୧୯ ଓ କଂଗ୍ରେସ ୨୭୧୯ ଖଣ୍ତ ଭୋଟ ପାଇଛି। ପଞ୍ଚାୟତ ଭିତ୍ତିରେ ଦେଖିଲେ ବିଜେଡି କୃଷ୍ଣନଗରରେ ୨୯୬ ଖଣ୍ତ, କେରୁଆଁପାଳରେ ୨୭୭, ଈଶ୍ବରପୁରରେ ୫୨୪, ସାତଭାୟାରେ ୩୮୬, ଗୁପ୍ତିରେ ୧୧୭୬, ରାଜନଗରରେ ୨୯୦, ବାଲିସାହିପାଟଣାରେ ୨୮୭, କେରେଡାଗଡରେ ୧୪୬, ରାଜପୁରରେ ୪୪, ବେଲପାଳରେ ୮୭୪, ଓସ୍ତିଆରେ ୬୮୮, ବନ୍ଧପଡାରେ ୨୦୮ ଓ ଡେରା ପଞ୍ଚାୟତରେ ୮୦୭ ଖଣ୍ତ ଭୋଟ୍‌ ପାଇଛି। ସେହିପରି ଭିତରଗଡ ପଞ୍ଚାୟତରେ ୫୫୫ଖଣ୍ତ, କଣ୍ତିରାରେ ୪୫୧, ଚାନ୍ଦିବାଉଁଶମୂଳରେ ୧୩୪୧, ମହୁଲିଆରେ ୭୩୧, କୁରୁଂଟିରେ ୧୧୫୦, ବ୍ରାହ୍ମଣସାହିରେ ୭୩୦, ହାତିନାରେ ୯୭୯ଖଣ୍ତ ଭୋଟ ଅଧିକ ପାଇଛି। କୋଇଲିପୁରରେ ବିଜେଡି ବିଜେପିଠାରୁ ୨୭୮ ଖଣ୍ତ ଅଧିକ ପାଇଥିବା ବେଳେ କଂଗ୍ରେସଠାରୁ ୧୪୧ ଖଣ୍ତ ଭୋଟ କମ ପାଇଛି।

ମ୍ୟୁନିସିପାଲିଟି ସହିତ ୩୭ ପଞ୍ଚାୟତରେ ବିଜେଡି ଆଗରେ
୧୦ ପଞ୍ଚାୟତରେ ବିଜେପି, ଗୋଟିଏରେ କଂଗ୍ରେସ ଆଗୁଆ

ଅନ୍ୟପକ୍ଷରେ ବାଛରା ପଞ୍ଚାୟତରେ ବିଜେଡି ୪ ଖଣ୍ତ ଭୋଟ ଅଧିକ ପାଇଥିବା ବେଳେ ଗଂଗାରାମପୁରରେ ୬୩ ଖଣ୍ତ, ଅରଡପଲ୍ଲୀରେ ୧୪୧, ସାନଜରିଆରେ ୬୮୮, ବଡ଼ପଡାରେ ୬୫, ବଡମୋହନପୁରରେ ୫୩୦, ଦିହିଡିପୁରରେ ୭୮୭ ଖଣ୍ତ, ବିଲିକଣାରେ ୭୦୨, ଚନ୍ଦନନଗରରେ ୧୨୩, ଦୋଷିଆରେ ୮୩୫, କଖାରୁଣୀରେ ୫୨୦, ଖଡିଅଣ୍ଟାରେ ୩୦୮, ଓଉପଦାରେ ୮୭୧, ଖଣତାରେ ୪୯୪ ଓ ସଂସାରଫଳ ପଂଚାୟତରେ ୨୯୭ ଖଣ୍ତ ଭୋଟ ପାଇଛି। ସେହିପରି ବଳଭଦ୍ରପୁରରେ ୮୧ ଖଣ୍ତ, ଶାସନରେ ୬୨ ଖଣ୍ତ ଭୋଟରେ ବିଜେଡି ଅଗ୍ରଣୀ ରହିଛି। ବିଜେପି ଖମାରସାହିରେ ୯ ଖଣ୍ତ, ଡାଙ୍ଗମାଳରେ ୧୮୭, ତାଳଚୁଆରେ ୬୦୫, ବାଘମାରୀରେ ୨୭୮, ରଂଗଣୀରେ ୬୩୧, ଘଡିଆମାଳରେ ୨୩୮, ମହିଁଷାସୁରରେ ୪୭, ସାନବଡଗୋପାଳପୁରରେ ୫୨, ଡାମରପୁରରେ ୧୦୦ ଖଣ୍ତ ଓ ଶ୍ରୀରାମପୁର ପଞ୍ଚାୟତରେ ୨୨୭ ଖଣ୍ତ ଭୋଟ ଅଧିକ ପାଇଛି। କଂଗ୍ରେସ ପ୍ରାର୍ଥୀ ଶ୍ରୀ ପ୍ରତିହାରୀ ତାଙ୍କ ନିଜ ପଞ୍ଚାୟତ କୋଇଲିପୁରରେ ବିଜେଡି ଓ ବିଜେପି ଠାରୁ ଅଧିକ ଭୋଟ ପାଇଥିବା ବେଳେ ଚାନ୍ଦିବାଉଁଶମୂଳ ହାତିନା, ଡେରା ଦିହିଡିପୁର ଓ ବିଲିକଣା ପଂଚାୟତରେ ୨ୟ ସ୍ଥାନରେ ରହିଛନ୍ତି।