କେନ୍ଦ୍ରାପଡ଼ା: ହାଇଓ୍ଵା-ଆକ୍ଟିଭା ଧକ୍କା; ପୁଅ ମୃତ, ମାଆ ଆହତ

କେନ୍ଦ୍ରାପଡ଼ା: ରବିବାର ମଧ୍ୟାହ୍ନ ପରେ ଅଙ୍ଗୁଳାଇ- ମହାକାଳପଡ଼ା ରାସ୍ତାର ଇଚ୍ଛାପୁର ହାଟଗଡ଼ା ଛକ ନିକଟବର୍ତ୍ତୀ ତାରିଣୀ ମନ୍ଦିର ନିକଟରେ ଗୋଟାଏ ହାଇଓ୍ଵା ଟ୍ରକ୍‌ ଏବଂ ଆକ୍ଟିଭା ସ୍କୁଟର୍‌ ମଧ୍ୟରେ ଧକ୍କା ଲାଗିବାରୁ ଜଣଙ୍କର ମୃତ୍ୟୁ ସହ ଅନ୍ୟ ଜଣେ ଆହତ ହୋଇଛନ୍ତି।

ମହାକାଳପଡ଼ା ଅନ୍ତର୍ଗତ ଓଳିଆ ଗ୍ରାମର ୩୦ ବର୍ଷିୟ ଦୀପକ ଦାସ ତାଙ୍କ ମାଆ ପାର୍ବତୀଙ୍କୁ ଆକ୍ଟିଭା ସ୍କୁଟର୍‌ରେ ବସାଇ ଡାକ୍ତରଖାନା ଆଣୁଥିଲେ। ରାସ୍ତାରେ ତାଙ୍କ ପଛେ ପଛେ ରେଳପଥ ପାଇଁ ମାଟି ନେଇ ଆସୁଥିଲା ଗୋଟାଏ ହାଇଓ୍ଵା। ଡ୍ରାଇଭର୍‌ ବାମ ପଟକୁ ହାଇଓ୍ଵା ବୁଲାଇବା ସମୟରେ ସାମ୍ନାରେ ଯାଉଥିବା ସ୍କୁଟର୍‌ ଉପରେ ଧକ୍କା ଦେଇ ଚଢ଼ିଯାଇଥିଲା। ଫଳତଃ ସ୍କୁଟର୍‌ ସହ ଚାଳକ ଦୀପକ ହାଇଓ୍ଵା ଚକତଳେ ଚାପି ହୋଇ ଯାଇଥିଲେ ଓ ପଛରେ ବସିଥିବା ମାଆ ପାର୍ବତୀ ଛିଟିକି ଯାଇ ଖଣ୍ଡେ ଦୂରରେ ପଡ଼ିଥିଲେ।

ମା ଓ ପୁଅଙ୍କୁ ଡାକ୍ତରଖାନାରେ ଭର୍ତ୍ତିକରାଯାଇଥିଲା। ଡାକ୍ତରମାନେ ଦୀପକଙ୍କୁ ମୃତ ଘୋଷଣା କରିଛନ୍ତି। ଆହତ ପାର୍ବତୀ ଚିକିତ୍ସାଧୀନ ଅଛନ୍ତି।
ସଦର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା ଘଟାଇଥିବା ହାଇଓ୍ଵାକୁ ଜବତ କରିଛି।

ସମ୍ବନ୍ଧିତ ଖବର