କେନ୍ଦ୍ରର ଜଳଶକ୍ତି ଅଭିଯାନରେ କେନ୍ଦ୍ରାପଡା : ମାଟି ତଳୁ ଖସି ଚାଲିଛି ମଧୁର ଜଳ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲାରେ ଆଗକୁ ଗୁରୁତର ଭାବେ ପିଇବା ପାଣିର ସଙ୍କଟ ଦେଖାଦେବ। ମାଟି ତଳ ଜଳସ୍ତର ଉଦ୍‌ବେଗଜନକ ଭାବେ ହ୍ରାସ ପାଇବାରେ ଲାଗିଥିବାରୁ ଏବେ ଏଭଳି ଆଶଙ୍କା କରାଯାଉଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ରିପୋର୍ଟ ପ୍ରସ୍ତୁତ କରାଯିବା ପରେ ଓଡ଼ିଶାର ଏକମାତ୍ର ଜିଲ୍ଲା ଭାବେ କେନ୍ଦ୍ରାପଡ଼ାକୁ କେନ୍ଦ୍ର ସରକାରଙ୍କ ଜଳଶକ୍ତି ଅଭିଯାନରେ ସାମିଲ୍‌ କରାଯାଇଛି।

ଜିଲ୍ଲାର ପ୍ରାୟ ଅଧା ବ୍ଲକ୍‌କୁ ସ˚ପୂର୍ଣ୍ଣ ଲୁଣା ପ୍ରବଣ ଅ˚ଚଳ ରୂପେ ଦର୍ଶାଯାଇଛି। ରାଜକନିକା, ରାଜନଗର, ମହାକାଳପଡ଼ା ଓ ମାର୍ଶାଘାଇ ଭଳି ୪ଟି ବ୍ଲକ୍‌କୁ ସ˚ପୂର୍ଣ୍ଣ ଲବଣାକ୍ତ ଅ˚ଚଳ ଭାବେ ଚିହ୍ନଟ କରାଯାଇଥିବା ବେଳେ ଗରଦପୁର ବ୍ଲକ୍‌ ନିରାପଦ ଜୋନ୍‌ରୁ ଡେଇଁ ସ˚ଗିନ୍‌ ପର୍ଯ୍ୟାୟକୁ ଚାଲିଯାଇଥିବା ରିପୋର୍ଟରେ ଦର୍ଶାଯାଇଛି। ଜିଲ୍ଲାର ୯ରୁ ୫ଟି ବ୍ଲକ୍‌ ଲବଣାକ୍ତ ଓ ଭୂତଳ ଜଳ ସ˚କଟଜନକ ସ୍ଥିତିରେ ଥିବା ବେଳେ ଯୋଜନାନୁଯାୟୀ ଖରସ୍ରୋତା ନଦୀରୁ ଭଦ୍ରକ ଜିଲ୍ଲାକୁ ପାଣି ଦିଆଗଲେ ସାରା ଜିଲ୍ଲାର ଭୂତଳ ଲୁଣି ପାଣି ଚରିଯିବା ଆଶଙ୍କାକୁ ଏଡ଼ାଇ ଦେଇ ହେଉନାହିଁ। ଖାସ୍‌ ଏହି ଆଶଙ୍କା କରି ପ୍ରସ୍ତାବିତ ପ୍ରକଳ୍ପକୁ ଆଳି ଓ ରାଜକନିକାରେ ଜୋରଦାର‌୍‌ ବିରୋଧ କରାଯାଉଛି। ଖରସ୍ରୋତା ବଞ୍ଚାଅ ସମିତି, ଖରସ୍ରୋତା ସୁରକ୍ଷା ମ˚ଚ ଭଳି ବିଭିନ୍ନ ସ˚ଗଠନ ଏହା ବିରୋଧରେ ଆଗକୁ ଆସି ଧାରଣା, ଆନ୍ଦୋଳନ, ମାନବ ଶୃଙ୍ଖଳ ଆଦି କାର୍ଯ୍ୟକ୍ରମ ଜାରି ରଖିଛନ୍ତି। ଆସନ୍ତା ୨୨ତାରିଖରେ ରାଜକନିକା ଭାରିଗଦା ପଡ଼ିଆରେ ବଡ଼ଧରଣର ସମାବେଶ ପାଇଁ ବି ପ୍ରସ୍ତୁତି ଚାଲିଥିବା ସୂଚନା ମିଳିଛି। ଏଭଳି ସ୍ଥିତିରେ ଏବେ ରାଜ୍ୟ ଭିତରେ ଜିଲ୍ଲା-ଜିଲ୍ଲା ମଧୢରେ ପାଣିକୁ ନେଇ କଳି ହେବା ଘଟଣା ରାଜ୍ୟ ସରକାରଙ୍କ ମୁଣ୍ତବ୍ୟଥାର କାରଣ ପାଲଟିଲାଣି।

କେନ୍ଦ୍ରାପଡ଼ା ଜିଲ୍ଲାରେ ମହାନଦୀ, ପାଇକା, ଚିତ୍ରୋତ୍ପଳା, ଲୁଣା, କରାଣ୍ତିଆ, ବିରୂପା, ବ୍ରାହ୍ମଣୀ, ବୈତରଣୀ, ଖରସ୍ରୋତା, ଗୋବରୀ, କାଣି, ପାଟଶାଳା, ହ˚ସୁଆ, ଖୋଳା ଆଦି ଛୋଟବଡ଼ ପ୍ରାୟ ୧୪ଟି ନଦୀ ପ୍ରବାହିତ ହେଉଛି। ଅନେକ ନଦୀ ଏହି ଜିଲ୍ଲା ସୀମା ଭିତରେ ସମୁଦ୍ରରେ ମିଶିଛନ୍ତି। କିନ୍ତୁ ନଦୀଜଳ ସ˚ରକ୍ଷଣ ବ୍ୟବସ୍ଥାର ଅଭାବରୁ ବର୍ଷା ଚାରି ମାସକୁ ଛାଡ଼ିଦେଲେ ବାକି ଆଠ ମାସ ନଦୀ ଶୁଖିଲା ପଡ଼ୁଛି। ଫଳରେ ଭୂତଳ ଜଳସ୍ତର ହ୍ରାସ ପାଇବାରେ ଲାଗିଛି। ରାଜ୍ୟ ସରକାର ବସୁଧା ଯୋଜନାରେ ପ୍ରତ୍ୟେକଙ୍କ ଘରେ ପାଇପ୍‌ ପାଣି ପହଞ୍ଚାଇବା ଉଦ୍ଦେଶ୍ୟରେ ଆଳି ଓ ରାଜକନିକା ପାଇଁ ୨୪୮କୋଟି ୧୧ଲକ୍ଷ ଟଙ୍କା ସହିତ ଭଦ୍ରକ ଜିଲ୍ଲା ପାଇଁ ୮୯୨କୋଟିର ଯେଉଁ ମେଗା ପାନୀୟ ଜଳ ପ୍ରକଳ୍ପ ଘୋଷଣା କରିଛନ୍ତି। କିନ୍ତୁ ଏହାକୁ ଏବେ ଦୃଢ଼ ବିରୋଧ କରାଯାଉଛି। ଖରସ୍ରୋତା ବଞ୍ଚାଅ ସମିତି ଓ ସୁରକ୍ଷା ମ˚ଚ ଭଦ୍ରକ ଜିଲ୍ଲାକୁ ଖରସ୍ରୋତା ନଦୀରୁ ପାଣି ଦିଆଯିବାକୁ ବିରୋଧ କରି ଗଲା ପ୍ରାୟ ପନ୍ଦରରୁ ଅଧିକ ଦିନ ହେବ ଆନ୍ଦୋଳନ ଜାରି ରଖିଛି। ଖରସ୍ରୋତାରୁ ଭଦ୍ରକ ଜିଲ୍ଲାକୁ ମଧୁର ପାଣି ଦିଆଗଲେ ସମୁଦ୍ରରୁ ଲୁଣା ପାଣି ଭୂତଳରେ ବ୍ୟାପକ ଅ˚ଚଳକୁ ମାଡ଼ିଯିବ। ଏହାଦ୍ବାରା କୃଷି ସ˚ପୂର୍ଣ୍ଣ ରୂପେ ପ୍ରଭାବିତ ହେବ ଏବ˚ ଖରାଦିନେ ଜଳ ସ˚କଟ ଉତ୍କଟ ସ୍ଥିତିରେ ପହଞ୍ଚିବ। ଏଣୁ ଭଦ୍ରକ ଜିଲ୍ଲା ପରିବର୍ତେ କେବଳ ଆଳି ଓ ରାଜକନିକା ପାଇଁ ପ୍ରସ୍ତାବିତ ପ୍ରକଳ୍ପ କାର୍ଯ୍ୟକାରୀ କରାଯିବା ସହ ଚାଷ ଜମିକୁ ଜଳସେଚନ ବ୍ୟବସ୍ଥା କରିବାକୁ ସଂଗଠନ ପକ୍ଷରୁ ଦାବି ହେଉଛି।

shutterstock.com

ସେପଟେ ପ୍ରକଳ୍ପ ସପକ୍ଷରେ ନେତୃତ୍ବ ନେଇ ଆଳି ବିଧାୟକ ପ୍ରତାପ କେଶରୀ ଦେବ ମହିଳା ସମାବେଶ ଜରିଆରେ ଜଣାଇ ଦେଇଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କର ଏହା ସ୍ବପ୍ନର ପ୍ରକଳ୍ପ ହେଇଥିବାରୁ କୌଣସି ପରିସ୍ଥିତିରେ ବି ପ୍ରକଳ୍ପ ବନ୍ଦ କରାଯିବ ନାହିଁ। ଏକାସ˚ଗରେ ତିନିଟି ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ। ଭଦ୍ରକ ଜିଲ୍ଲାକୁ ପାଣି ଗଲେ ଖରସ୍ରୋତା ନଦୀ ଶୁଖିଲା ପଡ଼ିବନି କି ଜଳ ସ˚କଟ ସମସ୍ୟା ସୃଷ୍ଟି ହେବନାହିଁ। ବିପକ୍ଷବାଦୀ ପ୍ରକଳ୍ପକୁ ନେଇ ରାଜନୀତି କରିବା ସହିତ ସାଧାରଣରେ ଭ୍ରାନ୍ତି ସୃଷ୍ଟି କରୁଛନ୍ତି ବୋଲି ଶ୍ରୀ ଦେବ କହିଛନ୍ତି।

ଅନ୍ୟପଟେ ଜଣେ ବରିଷ୍ଠ ଅଧିକାରୀଙ୍କ କହିବା କଥା ହେଉଛି, ରାଜକନିକା, ରାଜନଗର, ମହାକାଳପଡ଼ା ଓ ମାର୍ଶାଘାଇ ବ୍ଲକ୍‌ ସ˚ପୂର୍ଣ୍ଣ ଲୁଣା ଅ˚ଚଳ ହେଇଥିବାରୁ କେନ୍ଦ୍ରୀୟ ଜଳବୋର୍ଡ ନିୟମାନୁଯାୟୀ ଭୂତଳ ଜଳ ମୂଲ୍ୟାଙ୍କନ କରାଯାଉନାହିଁ। ବାକି ୫ଟି ବ୍ଲକ୍‌ର ଭୂତଳ ଜଳ ସର୍ଭେ କରାଯାଇଥିବା ବେଳେ ସେଥିରୁ ଗରଦପୁର ବ୍ଲକ୍‌ ଭୂତଳ ଜଳ ବ୍ୟବହାର କ୍ଷେତ୍ରରେ ସ˚ଗିନ୍‌ ପର୍ଯ୍ୟାୟରେ ପହଞ୍ଚି ଯାଇଛି। ଏପରିସ୍ଥଳେ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଭୂତଳ ସ୍ଥିତି କଣ ହେବ, ତାହା ଆକଳନ କରିବା କଷ୍ଟକର।

ସମ୍ବନ୍ଧିତ ଖବର