କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅବସ୍ଥା ସ˚ଗିନ୍‌। ଗୋଟିଏ ଦିନରେ ତିନିଜଣ ଡାକ୍ତର ରିଲିଭ୍‌(ଦାୟିତ୍ବମୁକ୍ତ) ହୋଇ ଅନ୍ୟତ୍ର ଚାଲିଯିବା ପରେ ରୋଗୀ ସେବାରେ ସା˚ଘାତିକ ଅଚଳାବସ୍ଥା ସୃଷ୍ଟି ହୋଇଛି।

Advertisment

ଗତବର୍ଷ ଡିସେମ୍ବର ୩୧ତାରିଖରେ ସରକାର ସାରା ରାଜ୍ୟରେ ଡାକ୍ତର ଅଦଳବଦଳ କରିଥିଲେ। ଗୋଟିଏ ଜିଲ୍ଲାରୁ ଅନ୍ୟ ଜିଲ୍ଲାକୁ ଡାକ୍ତରଙ୍କୁ ପଦୋନ୍ନତି ପୂର୍ବକ ବଦଳି କରିବା ସହ ସେହି ସ୍ଥାନରେ ଜଣଙ୍କୁ ଅବସ୍ଥାପିତ କରାଯାଇଥିଲା। ମାତ୍ର କେନ୍ଦ୍ରାପଡ଼ା କ୍ଷେତ୍ରରେ ଏହି ନିୟମ ଲାଗୁ ହେଲା ନାହିଁ। ଶିଶୁ ରୋଗ ବିଭାଗର ଡାକ୍ତର ଆନନ୍ଦ ଗୋପାଳ ମହାନ୍ତିଙ୍କୁ ପଦୋନ୍ନତି ପୂର୍ବକ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଟିବି ଓ ଛାତି ରୋଗ ବିଶେଷଜ୍ଞ ଡାକ୍ତର ବି.ଏନ୍‌ ପଣ୍ତାଙ୍କୁ ରାଉରକେଲା ଆଇଜିଏଚ୍‌କୁ ଏବ˚ ମେଡିସିନ୍‌ ବିଭାଗର ଡାକ୍ତର ଅଶୋକ ପ୍ରଧାନଙ୍କୁ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟକୁ ବଦଳି କରାଗଲା। ହେଲେ ସେମାନଙ୍କ ବଦଳରେ କେନ୍ଦ୍ରାପଡ଼ାକୁ ଜଣେ ହେଲେ ଡାକ୍ତରଙ୍କୁ ନିଯୁକ୍ତି ଦିଆଗଲା ନାହିଁ। ଗତ ୧୪ତାରିଖରେ ଏମାନେ ରିଲିଭ୍‌ ହେଇଯିବା ପରେ କେନ୍ଦ୍ରାପଡ଼ାରେ ମୁଖ୍ୟ ଚିକିତ୍ସାଳୟରେ ଭୟଙ୍କର ସମସ୍ୟା ଦେଖାଦେଇଛି। ଡାକ୍ତର ମହାନ୍ତିଙ୍କ ବଦଳି ପରେ ଶିଶୁ ରୋଗରେ ବିଭାଗରେ ମାତ୍ର ଜଣେ ଡାକ୍ତରରେ ଚିକିତ୍ସା ଚାଲିଛି। ଅନୁରୂପ ଭାବେ ଡାକ୍ତର ଅଶୋକ ପ୍ରଧାନ ଯିବା ପରେ ମେଡିସିନ୍‌ ବିଭାଗରେ ମାତ୍ର ୨ଜଣ ଥିବା ବେଳେ ଟିବି ଓ ଛାତି ରୋଗ ବିଶେଷଜ୍ଞ ଡାକ୍ତର ବି.ଏନ୍‌. ପଣ୍ତା ଯିବା ପରେ ସମସ୍ୟା ଆହୁରି ବଢ଼ିଛି। ଏହି ସମସ୍ୟାକୁ ଦୂର କରିବା ପାଇଁ କର୍ତ୍ତୃପକ୍ଷ ଜିଲ୍ଲାର ଅନ୍ୟ ସ୍ବାସ୍ଥ୍ୟକେନ୍ଦ୍ରରୁ ଏଠାକୁ ସପ୍ତାହରେ ଦୁଇ ତିନିଦିନ ଆଣି ରୋଗ ସେବା ଚଳାଇବା ପାଇଁ ଯୋଜନା କରିଛନ୍ତି।

ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଉର୍ମିଳା ମିଶ୍ର ମଧ୍ୟ ରିଲିଭ୍‌ ଜନିତ ସମସ୍ୟାକୁ ହୃଦୟଙ୍ଗମ କରିଛନ୍ତି। ସେ କହିଛନ୍ତି କହିଛନ୍ତି ଯେ, ଗୋଟିଏ ଦିନରେ ତିନି ଡାକ୍ତର ରିଲିଭ୍‌ ପରେ ସମସ୍ୟା ବଢ଼ିଯାଇଛି। ଏ ସ˚କଟକୁ ଟାଳିବା ପାଇଁ ବିଭିନ୍ନ ସ୍ବାସ୍ଥ୍ୟକେନ୍ଦ୍ରରୁ ସପ୍ତାହରେ ଦୁଇ/ତିନି ଦିନ ଡାକ୍ତର ମୁଖ୍ୟ ଚିକିତ୍ସାଳୟରେ ଡ୍ୟୁଟି ପାଇଁ ଅଣାଯିବାକୁ ଯୋଜନା ହୋଇଛି। ତାଛଡ଼ା ଡାକ୍ତର ଅଭାବ ସମ୍ପର୍କରେ ସରକାରଙ୍କୁ ଲିଖିତ ଭାବେ ବି ଜଣାଇ ଦିଆଯାଇଛି। ମାତ୍ର ଏଭଳି ଅସ୍ଥାୟୀ ବ୍ୟବସ୍ଥାରେ ରୋଗୀମାନେ କେତେଦୂର ଉପଯୁକ୍ତ ଚିକିତ୍ସା ସୁବିଧା ପାଇବେ, ତାହାକୁ ନେଇ ସାଧାରଣରେ ଆଶଙ୍କା ପ୍ରକାଶ ପାଇଛି। ଏହାକୁ ନେଇ ମଧ୍ୟ ଜିଲ୍ଲାବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।