କେନ୍ଦ୍ରାପଡ଼ା : କେନ୍ଦ୍ରାପଡା ବିଧାନସଭା ଆସନ ଲାଗି ପୂର୍ବତନ ବିଧାୟକ ସିପ୍ରା ମଲ୍ଲିକ ସ୍ବାଧୀନ ପ୍ରାର୍ଥୀ େହାଇଥିଲେ। ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ସହିତ େଭଟଘାଟ ପରେ ସେ ତାଙ୍କ ନିଷ୍ପତ୍ତି ବଦଳାଇଛନ୍ତି। ସିପ୍ରା ନିର୍ବାଚନ ପ୍ରକ୍ରିୟାରୁ ଓହରିଯାଇଛନ୍ତି। ଆଜି ନବୀନ ନିବାସରେ ବିଧାୟକ ପ୍ରାର୍ଥୀ ତଥା ମନ୍ତ୍ରୀ ଶଶୀଭୂଷଣ େବହେରା, ବିଧାୟକ ଅତନୁ ସବ୍ୟସାଚୀ ନାୟକ, ବିଧାୟକ କିେଶାର ତରାଇ ପ୍ରମୁଖ ସିପ୍ରାଙ୍କ ସହିତ ଯାଇଥିଲେ।
ଏପଟେ କିନ୍ତୁ ପାଟକୁରା ବିଧାୟକ େବଦ ପ୍ରକାଶ ଅଗ୍ରଵାଲଙ୍କ ବିେରାଧରେ ସ୍ଥାନୀୟ ବିେଜଡିରେ େଦଖାଦେଇଥିବା ଅସନ୍ତୋଷ ଏବେ ବିସ୍ଫୋରକ ରୂପ ନେବା ଆରମ୍ଭ କଲାଣି। ଏପରି ସ୍ଥିତିରେ ବିେଜପି େନତା ବିଜୟ ମହାପାତ୍ର ମାଷ୍ଟର େଷ୍ଟ୍ରାକ୍ େଖଳିଛନ୍ତି। ଟିକେଟ୍ ନ ପାଇ କ୍ଷୁବ୍ଧ ଥିବା ଡେରାବିଶ ବ୍ଲକ ଅଧ୍ୟକ୍ଷ ତଥା ଅତନୁଙ୍କ ଘନିଷ୍ଠ ଭାବେ ଜଣାଶୁଣା ସରୋଜ ସାହୁ ଆଜି ବିେଜଡି ଛାଡି ବିେଜପିରେ ଯୋଗ େଦଇଛନ୍ତି। ଦଳ ତାଙ୍କୁ ସନ୍ତୁଷ୍ଟ କରିବା ଲାଗି ରାଜ୍ୟ ସଂଗଠନ ପଦବି ଦେଇଥିଲେ ହେଁ ତାହାକୁ ସରୋଜ ପ୍ରତ୍ୟାଖ୍ୟାନ କରି ନିଜ ସମର୍ଥକଙ୍କ ସହିତ ବିେଜପିରେ ସାମିଲ େହବା ଘଟଣା ପାଟକୁରା ନିର୍ବାଚନମଣ୍ଡଳୀ ପାଇଁ ଅତ୍ୟନ୍ତ ଗୁରୁତ୍ବ ରଖୁଛି। କେବଳ ସେତିକି ନୁେହଁ, ବେଦପ୍ରକାଶଙ୍କ ବିେରାଧୀ ଶିବିର ଧୀରେ ଧୀରେ ବିେଜପିକୁ ଆଉଜିବା ଆରମ୍ଭ କରିଛନ୍ତି।
ବିଜୟ ପୁଣି ଥରେ ବିଜେପିକୁ େଫରିବା ପରେ ତାଙ୍କ ପୂର୍ବତନ ସହଯୋଗୀ ତଥା ପୂର୍ବତନ ବିଧାୟକ ଉତ୍କଳ କେଶରୀ ପରିଡା ବିେଜଡିରେ ସାମିଲ େହାଇଥିଲେ। ଏହାକୁ ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଲାଗି ରହିଥିବା ବେଳେ ଆଜି ବିଜୟ ସରୋଜଙ୍କୁ ସାଙ୍ଗରେ ନେଇ ବିେଜଡିକୁ ପାଲଟା ଜବାବ େଦଇଛନ୍ତି।
ଆଜି ଜିଲ୍ଲା ବିଜେପି ସଭାପତି ଦୁର୍ଯ୍ୟୋଧନ ସାହୁଙ୍କ ସଭାପତିତ୍ବରେ ସ୍ବାଭିମାନ ମଞ୍ଚ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇଥିଲା। ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ତା, ବିଧାୟକ ପ୍ରାର୍ଥୀ ବିଜୟ ମହାପାତ୍ର, ଭୁବନମୋହନ ଜେନା ପ୍ରମୁଖଙ୍କ ଉପସ୍ଥିତିରେ ଶ୍ରୀ ସାହୁ ସମର୍ଥକଙ୍କ ସହ ବିଜେପିରେ ମିଶିଥିଲେ।
ବିେଜପିରେ େଯାଗଦେବା ପରେ ଶ୍ରୀ ସାହୁ ଅଭିଯୋଗ କରିଥିଲେ ଯେ, ବ୍ଲକ୍ ଅଧୢକ୍ଷ ଓ ପଞ୍ଚାୟତ ପ୍ରତିନିଧିମାନଙ୍କୁ ବାରମ୍ବାର ଅଣଦେଖା କରାଗଲା। ଏ ନେଇ ଦଳର ମୁଖିଆଙ୍କୁ ଜଣାଇବା ପରେ ବି କୌଣସି ସୁଫଳ ମିଳିଲା ନାହିଁ। ସ୍ବାଭିମାନୀ ନେତା ବିଜୟ ମହାପାତ୍ରଙ୍କ ନେତୃତ୍ବ ପ୍ରତି ଆସ୍ଥା ପ୍ରକଟ କରି ଶେଷରେ ସେ ବିଜେପିରେ ଯୋଗ ଦେଲେ। ଜୟ-ବିଜୟ ଯୋଡ଼ିଙ୍କୁ ନେଇ ବିଜେପି ନିର୍ବାଚନରେ ସଫଳତା ହାସଲ କରିବ ବୋଲି ସେ ଏହି ଅବସରରେ ଦୃଢୋକ୍ତି ପ୍ରକାଶ କରିଥିଲେ।
ଶ୍ରୀ ସାହୁଙ୍କ ସହିତ ଗୋଲରାହାଟ ସେବା ସମବାୟ ସମିତି ସଭାପତି ବୈଷ୍ଣବ ଚରଣ ସାହୁ, ବ୍ଲକ୍ ‘ଆତ୍ମା’ ଚେୟାରମ୍ୟାନ୍ ରବୀନ୍ଦ୍ର କୁମାର ଜେନା, କୁଶିଆପାଳ ସରପଞ୍ଚ ପ୍ରଭାତୀ ସାହୁ, ପଲେଇ ସମିତି ସଭ୍ୟ ମାନସ କୁମାର ଜେନାଙ୍କ ସମେତ ବହୁ ସରପଞ୍ଚ ସମିତିସଭ୍ୟ ବିଜେପିରେ ଯୋଗ ଦେଇଥିବା େନଇ ଆଜି ଘୋଷଣା କରାଯାଇଥିଲା। ଏହି ଅବସରରେ ବିଜେପିର ବରିଷ୍ଠ ନେତାମାନେ ରାଜ୍ୟ ସରକାରଙ୍କ ବିଭିନ୍ନ ନୀତିର ତୀବ୍ର ସମାଲୋଚନା କରିଥିଲେ।