କେନ୍ଦ୍ରାପଡ଼ା : କେନ୍ଦ୍ରାପଡା ସହରରୁ ଗତକାଲି ସକାଳ ୬ଟାରେ ୧୪୪ ଧାରା ଉଠାଇ ଦିଆଯାଇଛି। ଉତ୍ତେଜନା ହ୍ରାସ ପାଇଛି। ଜୀବନଯାତ୍ରା ସ୍ବାଭାବିକ ହୋଇଛି। ଗତକାଲି ସହରରେ ସାଧାରଣତନ୍ତ୍ର ଦିବସ ଶାନ୍ତିଶୃଙ୍ଖଳାର ସହ ପାଳନ କରାଯାଇଛି।
ଟାଉନ ହାଇସ୍କୁଲ ପଡ଼ିଆରେ ଗତ ୨୩ ତାରିଖେର ନେତାଜୀ ସୁବାସ ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳନକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ଫଳରେ ଏହି ପଡ଼ିଆ ନିକଟରେ ୧୪୪ ଧାରା ଜାରି କରାଯାଇଥିଲା। ପରିସ୍ଥିତି ଅଣାୟତ୍ତ ଆଡ଼କୁ ଯିବାରୁ ୨୪ ତାରିଖ ଦିନ କର୍ଫ୍ୟୁ ଜାରି କରାଯାଇଥିଲା। ୨୫ ତାରିଖ ସକାଳେ କର୍ଫ୍ୟୁ ଉଠିଥିଲା। ଏହିଦିନ ସହରରେ ଶାନ୍ତି ବଜାୟ ରଖିବା ପାଇଁ ଶାନ୍ତି ଶୋଭାଯାତ୍ରା ବହାରିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/01/kdp-PH-2-1-1.jpg)