କେନ୍ଦ୍ରାପଡ଼ା: ବିଚାରାଧୀନ କଏଦୀ ମୃତ

କେନ୍ଦ୍ରାପଡ଼ା: ଗୁରୁବାର ପ୍ରତ୍ୟୁଷରେ କେନ୍ଦ୍ରାପଡ଼ା ଅଞ୍ଚଳର ବାରିମୂଳ ଜେଲ୍‌ରେ ଜଣେ ବିଚାରାଧୀନ କଏଦୀଙ୍କର ମୃତ୍ୟୁ ଘଟିଛି।

ମୃତ କଏଦୀ ଜଣକ ହେଉଛନ୍ତି ମାର୍ଶାଘାଇ ଥାନା ଅନ୍ତର୍ଗତ ପାଟଳିପଙ୍କ ଗାଁ’ର ୪୯ ବର୍ଷିୟ ଧୀରେନ୍‌ ବେହେରା। ସେ ସିଆର୍‌ପିଏଫ୍‌ ଏବଂ ପରବର୍ତ୍ତୀ ସମୟରେ ପାରାଦୀପ ବନ୍ଦରରେ ସିକ୍ୟୁରିଟି ଗାର୍ଡ କାମ କରୁ ଥିଲେ।

ବୁଧବାର ରାତିରେ ତାଙ୍କର ପେଟ ବ୍ୟଥା ଓ ବାନ୍ତି ହେବାରୁ ଚିକିତ୍ସା ନିମନ୍ତେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରା ଯାଇଥିଲା। ଭୋର୍‌ ପ୍ରାୟ ୩ଟାରେ ତାଙ୍କର ମୃତ୍ୟୁଘଟିଥିବା କଥା ଜେଲ୍‌ ଅଧିକ୍ଷକ ସରୋଜ ବିଶ୍ୱାଳ କହିଛନ୍ତି।

୧୧. ୫. ୨୦୧୬ ତାରିଖରେ ମାର୍ଶାଘାଇ ଥାନାରେ ତାଙ୍କ ନାମରେ ପୋକ୍‌ସୋ ଆଇନ୍‌ରେ ହୋଇଥିବା ଦୁଷ୍କର୍ମ ମାମଲା ଯୋଗୁଁ ସେ ଜେଲ୍‌ରେ ବିଚାରାଧୀନ କଏଦୀ ଭାବେ ରହିଥିଲେ।

କଏଦୀ ମୃତ୍ୟୁ ସଂକ୍ରାନ୍ତରେ ଜେଲ୍‌ କର୍ତ୍ତୃପକ୍ଷ ସଦର ଥାନାକୁ ରିପୋର୍ଟ ଦେଇଛନ୍ତି। ଖବର ପାଇ ଏକଦୀଙ୍କ ପରିବାର ଲୋକେ ଆସି ପହଞ୍ଚିଛନ୍ତି।

ସମ୍ବନ୍ଧିତ ଖବର