କେନ୍ଦ୍ରାପଡ଼ା ସା˚ସଦଙ୍କ ଏ କି ଦଶା! ନିଜ ନିର୍ବାଚନମଣ୍ତଳୀରେ ନାଁ ନାହିଁ

କେନ୍ଦ୍ରାପଡ଼ା, : କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଶିଳାନ୍ୟାସ ହେଲା। ଦୁଇ ଜଣ ମନ୍ତ୍ରୀ, ସ୍ଥାନୀୟ ବିଧାୟକ, ବାହାର ଜିଲ୍ଲାର ତିନି ବିଧାୟକଙ୍କ ନାଁ ସେଥିରେ ରହିଲା। ଅଥଚ ସା˚ସଦ ଅନୁଭବ ମହାନ୍ତିଙ୍କ ନାଁ ଫଳକରେ ରହିଲା ନାହିଁ। ପଟ୍ଟାମୁଣ୍ତାଇ ପୌରପାଳିକା ଅନ୍ତର୍ଗତ କଷଣଅଣ୍ଟାରେ ଶୁକ୍ରବାର ମିନି ଷ୍ଟାଡିୟମ୍‌ର ଶିଳାନ୍ୟାସ କାର୍ଯ୍ୟକ୍ରମରେ ଏଭଳି ଘଟଣା ଏବେ ଚର୍ଚ୍ଚାର ଖୋରାକ ଯୋଗାଇଛି। କୌତୂହଳର କଥା ହେଉଛି, ଏହି ଶିଳାନ୍ୟାସ କାର୍ଯ୍ୟକ୍ରମରେ ଉପସ୍ଥିତ ନ ଥାଇ ବି ଯାଜପୁରର କୋରେଇ ବିଧାୟକ ଅଶୋକ ବଳ, ଜଗତସି˚ହପୁର ଜିଲ୍ଲା ପାରାଦୀପର ବିଧାୟକ ସମ୍ବିତ୍‌ ରାଉତରାୟଙ୍କ ନାଁ ଫଳକରେ ରହିଲା। ପାରିବାରିକ ବିବାଦରେ ଫସିବା ପରଠୁ ଦଳ ଯେ ଅନୁଭବଙ୍କୁ ଏକପ୍ରକାର କୋଣଠେସା କରିଦେଇଛି, ଏ ବାର୍ତ୍ତା ଧୀରେ ଧୀରେ ସ୍ପଷ୍ଟ ହେବାରେ ଲାଗିଛି।

ସା˚ସଦ ଅନୁଭବ ଏଭଳି ହତାଦାର‌୍‌ର ଶିକାର ହେବା ଘଟଣା କିଛି ନୂଆ ନୁହେଁ। ଗତ ଡିସେମ୍ବର ୨୦ତାରିଖରେ ମହାକାଳପଡ଼ା ଆଖଡ଼ାଶାଳିରେ ପ୍ରସ୍ତାବିତ ବନ୍ଦର ପ୍ରକଳ୍ପକୁ ଯେତେବେଳେ ବିଧାୟକ ଅତନୁ ସବ୍ୟସାଚୀ ନାୟକଙ୍କ ଉପସ୍ଥିତିରେ ପୂର୍ବତନ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ୫-ଟି ସଚିବ ଭି.କେ ପାଣ୍ତିଆନ୍‌, ପରିବହନ ସ୍ବତନ୍ତ୍ର ସଚିବ ମନୋଜ ମିଶ୍ର ପ୍ରମୁଖ ଅନୁଧୢାନ କରିବାକୁ ଆସିଲେ, ସେତେବେଳେ ସା˚ସଦଙ୍କ ଦେଖା ଦର୍ଶନ ମିଳିନଥିଲା। ଶିଳ୍ପଶୂନ୍ୟ କେନ୍ଦ୍ରାପଡ଼ା ଜିଲ୍ଲାରେ ଏବେ ବଡ଼ ପ୍ରକଳ୍ପ ଅନୁଧୢାନ କାର୍ଯ୍ୟରେ ସା˚ସଦଙ୍କ ଅନୁପସ୍ଥିତି ଚର୍ଚ୍ଚାର ବିଷୟ ହୋଇଛି। ମାତ୍ର, ଡିସେମ୍ବର ୨୬ ତାରିଖରେ ଏ ଚର୍ଚ୍ଚା ଆହୁରି ଜୋର‌୍‌ ଧରିଥିଲା, ଯେତେବେଳେ ଜିଲ୍ଲାର ପାଞ୍ଚଟି ନିର୍ବାଚନ ମଣ୍ତଳୀରୁ କେନ୍ଦ୍ରାପଡ଼ାକୁ ଛାଡ଼ି ବାକି ଚାରି ବିଧାନସଭା କ୍ଷେତ୍ରରେ ପାଳିତ ବିଜେଡି ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ସା˚ସଦଙ୍କୁ ସ˚ପୂର୍ଣ୍ଣ ଉପେକ୍ଷା କରି ଦିଆଯାଇଥିଲା। ନା ସଭାସ୍ଥଳରେ ତାଙ୍କ ଫଟୋ ଲାଗିଥିଲା ନା ଛକ ଛକରେ ଲାଗିଥିବା ପୋଷ୍ଟର‌୍‌, ବ୍ୟାନର‌୍‌, ଗେଟ୍‌ରେ ସା˚ସଦଙ୍କ ମୁହଁ ଦେଖିବାକୁ ମିଳିଥିଲା। କେନ୍ଦ୍ରାପଡ଼ା ସହରରେ ତ ହତଗଣତି କେତୋଟି ବ୍ୟାନର‌୍‌ ଓ ସଭାସ୍ଥଳକୁ ଛାଡ଼ି ଦେଲେ ବିଧାୟକ ଶଶୀଭୂଷଣ ବେହେରାଙ୍କର ସହର ସାରା ଯେଉଁ ଗେଟ୍‌ ଲାଗିଥିଲା, ସେଥିରେ ତାଙ୍କ ଫଟୋ ନ ଥିଲା। ଏମିତିକି ଦଳର ସା˚ଗଠନିକ ଦାୟିତ୍ବରେ ଥିବା ପଦାଧିକାରୀ ମାନେ ବି ନୂତନବର୍ଷ ଶୁଭେଚ୍ଛା ହୋଡି˚ରେ ଅନୁଭବଙ୍କ ଫଟୋ ରଖିବାକୁ ଉଚିତ୍‌ ମଣି ନଥିଲେ।

ସା˚ସଦଙ୍କୁ ଏଭଳି ଉପେକ୍ଷା କରାଯିବାକୁ ନେଇ ଚର୍ଚ୍ଚା ଥମି ନ ଥିବା ବେଳେ ଗତକାଲି ପଟ୍ଟାମୁଣ୍ତାଇ କଷଣଅଣ୍ଟାରେ ହୋଇଥିବା ମିନି ଷ୍ଟାଡିୟମ୍‌ ଶିଳାନ୍ୟାସ ଫଳକରେ ତାଙ୍କ ନାଁ ଗାଏବ୍‌ ପରେ ଆଉ ବୁଝିବାକୁ ବାକି ନାହିଁ ଯେ ଦଳ ଆଉ ସରକାରରେ ତାଙ୍କର ଗୁରୁତ୍ବ ନାହିଁ। କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତୀ ବେହେରାଙ୍କ ଦ୍ବାରା ଉନ୍ମୋଚିତ ଏହି ଶିଳାନ୍ୟାସ ଫଳକରେ ଜଳସ˚ପଦ ମନ୍ତ୍ରୀ ରଘୁନନ୍ଦନ ଦାସ, ରାଜନଗର ବିଧାୟକ ଧ୍ରୁବ ସାହୁଙ୍କ ସମେତ କୋରେଇ ବିଧାୟକ ଅଶୋକ କୁମାର ବଳ, ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ପାରାଦୀପ ବିଧାୟକ ସମ୍ବିତ ରାଉତରାୟ ଏବ˚ ପଟ୍ଟାମୁଣ୍ତାଇ ପୌର ନିର୍ବାହୀ ଅଧିକାରୀ ସ˚ପଦ କୁମାର ସ୍ବାଇଁଙ୍କ ନାଁ ରହିଛି। ବଡ଼କଥା ହେଉଛି, ଏହି କାର୍ଯ୍ୟକ୍ରମରେ ଦୁଇ ବିଧାୟକ ଶ୍ରୀ ବଳ ଆଉ ଶ୍ରୀ ରାଉତରାୟ ଉପସ୍ଥିତ ନ ଥାଇ ବି ସେମାନଙ୍କ ନାଁ ଫଳକରେ ବଡ଼ ବଡ଼ ଅକ୍ଷରରେ ଶୋଭା ପାଇଲା। ହେଲେ ନିଜ ନିର୍ବାଚନମଣ୍ତଳୀରେ ପ୍ରକଳ୍ପ ଶିଳାନ୍ୟାସ ସତ୍ତ୍ବେ ସା˚ସଦଙ୍କ ନାଁ ଫଳକରେ ସ୍ଥାନ ପାଇଲା ନାହିଁ। ଲଗାତର ଭାବେ ଗତ କିଛି ମାସ ହେବ ଅନୁଭବ ଏଭଳି ହତାଦରର ଶିକାର ହେଇ ଆସୁଥିବାରୁ କେନ୍ଦ୍ରାପଡ଼ା ରାଜନୀତିରେ ଏବେ ସା˚ସଦଙ୍କ ସ୍ଥିତି ଆଉ ପ୍ରତିଷ୍ଠା ଉପରେ ବିରାଟ ପ୍ରଶ୍ନଚିହ୍ନ ଲାଗି ଯାଇଛି।

ସମ୍ବନ୍ଧିତ ଖବର