କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ସାଇନ୍‌ ଡାଏ ଉଠିବ : ୨ରୁ ହଷ୍ଟେଲ ଖୋଲିବ, ୩ରୁ ପାଠପଢ଼ା

କୋରାପୁଟ : ସୁନାବେଡ଼ାସ୍ଥିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରୁ ସାଇନ୍‌ ଡାଏ ହଟିବ। କୁଳପତି ପ୍ରଫେସର ସଚ୍ଚିଦାନନ୍ଦ ମହାନ୍ତି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏଥିନେଇ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଆସନ୍ତା ୨ତାରିଖରୁ ବିଶ୍ୱବିଦ୍ୟାଳୟର ହଷ୍ଟେଲଗୁଡିକ ଖୋଲା ହେବ। ୩ ତାରିଖରୁ ପାଠପଢ଼ା ଆରମ୍ଭ ହେବ। କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଛାତ୍ର ଅଶାନ୍ତି ଦେଖା ଦେବା ପରେ ଗତ ୧୫ତାରିଖରେ ସାଇନ୍‌ ଡାଏ ଘୋଷଣା କରାଯାଇଥିଲା। ଆଜି ବିଭିନ୍ନ ବିଭାଗୀୟ ମୁଖ୍ୟ ଓ କୁଳପତି ଏକ ବୈଠକ କରି ସାଂପ୍ରତିକ ସ୍ଥିତି ନେଇ ଆଲୋଚନା କରିଥିଲେ। ଏହା ପରେ ସାଇନ୍‌ ଡାଏ ଉଠାଇବା ନେଇ ନିଷ୍ପତ୍ତି ହୋଇଥିଲା। ଅପରାହ୍ନରେ କୁଳପତି ପ୍ରଫେସର ସଚ୍ଚିଦାନନ୍ଦ ମହାନ୍ତି ଏକ ସାମ୍ବାଦିକ ସମ୍ମିଳନୀରେ ଏ ସଂପର୍କରେ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର