ମାଲକାନଗିରିରେ ଛତିଶଗଡ କେନ୍ଦୁପତ୍ର; ବନ ବିଭାଗ ଓ ଛତିଶଗଡ ପୁଲିସ ତରଫରୁ ଚଢଉ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ କେନ୍ଦୁପତ୍ରକୁ ପଞ୍ଚାୟତ ଓ କେନ୍ଦୁପତ୍ର ବିଭାଗ କିଣୁଛି। କିନ୍ତୁ ବର୍ତ୍ତମାନ ମାଲକାନଗିରିକୁ ବାହାର ରାଜ୍ୟର କେନ୍ଦୁପତ୍ର ଆସୁଥିବା ଦେଖିବାକୁ ମିଳୁଛି। ବିଶେଷକରି ଛତିଶଗଡର ଦଲାଲମାନେ ମାଲକାନଗିରିକୁ ଆସି କେନ୍ଦୁପତ୍ର ଚଢା ଦରରେ ବିକ୍ରି କରୁଛନ୍ତି। ବେଶ ଲାଭ ପାଉଛନ୍ତି, ଯାହାଫଳରେ ଗତକାଲିଠାରୁ ଛତିଶଗଡ ପୁଲିସ, କେନ୍ଦୁପତ୍ର ବିଭାଗ ଓ ବନବିଭାଗ ମାଲକାନଗିରି ପହଞ୍ଚି ମାଲକାନଗିରି ପୁଲିସ୍ ଓ ବନବିଭାଗ ଅଧିକାରୀଙ୍କ ସହାୟତାରେ ଛତିଶଗଡରୁ ଆସିଥିବା ଚୋରା କେନ୍ଦୁପତ୍ର ଗୋଦାମ୍ ଉପରେ ଚଢାଉ ଜାରି ରଖିଛନ୍ତି।

ଗତକାଲି ଏମ୍ ଭି ୪୩ସ୍ଥିତ ରହିମ୍ ଖାନ୍ ଗୋଦାମରୁ ୩୦୦ ବସ୍ତା ଛତିଶଗଡର ଚୋରା କେନ୍ଦୁପତ୍ରକୁ ଜବତ୍ କରିବା ସହ ଆଜି ଏମ୍ଭି-୧୬ ସ୍ଥିତ କେନ୍ଦୁପତ୍ର ଗୋଦାମ ଉପରେ ଚଢାଉ କରିଛନ୍ତି। ଛତିଶଗଡ ସୁକୁମା ଜିଲ୍ଲା କୋଣ୍ଟା ଅଞ୍ଚଳର ଗୁଲାମ୍ ଖାନ୍ ନାମକ କେନ୍ଦୁପତ୍ର ବେପାରି କୋଣ୍ଟା ଅଞ୍ଚଳରୁ ବିଭିନ୍ନ ଗ୍ରାମରୁ ଲୋକଙ୍କୁ କେନ୍ଦୁପତ୍ର ଟଙ୍କା ପୈଠ ନକରି ସେ ଅଞ୍ଚଳରୁ ପତ୍ର ଆଣି ମାଲକାନଗିରି ବେପାରୀଙ୍କୁ ବିକିଥିବା କହିଛନ୍ତି ଛତିଶଗଡ ଦନ୍ତବେଡା ଏସ୍‌ଡିଏଫ୍‌ଓ। ଏଣୁ ଏଠାରୁ ଛତିଶଗଡ କେନ୍ଦୁପତ୍ରକୁ ଜବତ୍ କରି ଛତିଶଗଡ ନେବା ବ୍ୟବସ୍ଥା କରୁଛି ଛତିଶଗଡ କେନ୍ଦୁପତ୍ର ବିଭାଗ।

ତେବେ କେବଳ କୋଣ୍ଟା ଅଂଚଳର ନୁହେଁ ବରଂ ଛତିଶଗଡର ସୁକମା ଜିଲ୍ଲାର ବିଭିନ୍ନ ଆଦିବାସୀ ଗ୍ରାମରୁ ଦଲାଲମାନେ କମ୍ ଦରରେ କେନ୍ଦୁପତ୍ରର ଖରିଦ (କିଣି) କରି ଏଠାରେ ବେଶ ଲାଭରେ ବିକ୍ରି କରୁଛନ୍ତି।ତେବେ ସେଠାରେ ଗରିବ ଲୋକଙ୍କୁ ଟଂକା ନଦେଇ କେନ୍ଦ୍ରପତ୍ର ବିକ୍ରି ହେଲେ ଦେବେ ବୋଲି ପ୍ରତିଶ୍ରୁତି ଦେଇ ପରେ ଦେଉନାହାନ୍ତି।କୋଣ୍ଟା ଅଂଚଳର କିଛି ଲୋକେ ଏନେଇ ପୁଲିସ ନିକଟରେ ଫେରାଦ ହେବା ପରେ କୋଣ୍ଟା ପୁଲିସ ତତ୍ପରତା ଦେଖାଇଥିଲା, ଯାହାଫଳରେ ମାଲକାନଗିରିର ବିଭିନ୍ନ କେନ୍ଦୁପତ୍ର ଗୋଦାମ ଉପରେ ଚଢାଉ କରାଯାଉଛି।

 

ସମ୍ବନ୍ଧିତ ଖବର