ଭୁବନେଶ୍ୱର: ସ୍ଥାନୀୟ ଅରଣ୍ୟ ଭବନରେ ପିସିସିଏଫ୍ (କେନ୍ଦୁପତ୍ର)ଙ୍କ କାର୍ଯ୍ୟାଳୟରେ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ସହିତ ପିସିସିଏଫ୍ ଉମା ନନ୍ଦୂରୀ କେନ୍ଦୁପତ୍ର ତୋଳାଳିଙ୍କ ଦ୍ବାରା ବିଭିନ୍ନ ଦାବି ଉପରେ ଆଲୋଚନା କରାଯାଇଛି। ସଂଘର ରାଜ୍ୟ ସଭାପତି ବିଜୟ କୁମାର ମହାନ୍ତିଙ୍କ ନେତୃତ୍ବରେ ସଂଘର ରାଜ୍ୟସ୍ତରୀୟ କର୍ମକର୍ତ୍ତାମାନେ ଯୋଗ ଦେଇ ବିଭିନ୍ନ ପ୍ରସଙ୍ଗ ଉଠାଇଥିଲେ। ପିସିସିଏଫ୍ ଶ୍ରୀମତୀ ନନ୍ଦୁରୀ ଚଳିତ ମାସ ମଧ୍ୟରେ ତୋଳାଳୀ ଓ ବନ୍ଧେଇ ଶ୍ରମିକମାନଙ୍କ ସାମାଜିକ ସୁରକ୍ଷା ସହାୟତା ଦିଆଯିବାକୁ ପ୍ରତିଶ୍ରୁତି ଦେଇଥିଲେ।

Advertisment

ଆଗାମୀ ବର୍ଷ ତୋଳାଳୀମାନଙ୍କ ପତ୍ର ଦର ବୃଦ୍ଧି ହୋଇପାରେ ବୋଲି କହିଥିଲେ। ବର୍ତ୍ତମାନ ସୁଦ୍ଧା ସରକାର ବଜେଟ ମଞ୍ଜୁରୀ ପ୍ରାପ୍ତ ୧୨୦ କୋଟି ଟଙ୍କା କେ.ଏଲ.ଡିଏଫରେ ଜମା ହୋଇନଥିବା ଦର୍ଶାଇ ଥିଲେ। ସଂଘର କର୍ମକର୍ତ୍ତାମାନଙ୍କ ଏହି ଅର୍ଥ ଶୀଘ୍ର ଉକ୍ତ ପାଣ୍ଠିରେ ଜମା କରିବା ପାଇଁ ଉଦ୍ୟମ ହେବାକୁ ଦାବି କରିଥିଲେ। ବୋନସ ପରିମାଣ ବୃଦ୍ଧି ପାଇଁ ମଧ୍ୟ ଦାବି କରିଥିଲେ। କେତେକ ଦାବି ଉପରେ ପିସିସିଏଫ୍ ଶ୍ରୀମତୀ  ନନ୍ଦୁରୀ ସକରାତ୍ମକ ମନ୍ତବ୍ୟ ଦେଇଥିଲେ। ଆଲୋଚନାରେ କିଛି ପ୍ରସଙ୍ଗ ଉପରେ ଚର୍ଚ୍ଚା ହୋଇ ନଥିଲା। ଏଥିଯୋଗୁଁ ଆଲୋଚନାରେ ଯୋଗ ଦେଇଥିବା କର୍ମକର୍ତ୍ତାମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଥିଲା। କାରଣ ସର୍ବନିମ୍ନ ମଜୁରୀ ବୃଦ୍ଧି ଗତ ୨୦୨୪ ମସିହା ଜୁଲାଇ ୧୮ ତାରିଖରେ ହୋଇଥିଲେ ମଧ୍ୟ ସେମାନଙ୍କର ମାସିକ ମଜୁରୀ ବୃଦ୍ଧି ହୋଇନାହିଁ। ସେହିପରି କନ୍ୟା ବିବାହ ସହାୟତା ଘୋଷଣା ନ ହୋଇ କାର୍ଯ୍ୟକାରୀ ହେବା ବେଳକୁ ବନ୍ଦ କରିଦେବା ଦ୍ବାରା ତୋଳାଳୀ, ସିଜିନାଲ କର୍ମଚାରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି।  

ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ଅକ୍ଟୋବର ୧୪ ତାରିଖ ପରିବର୍ତ୍ତେ ସରକାରଙ୍କୁ ୨୦ ଦିନ ଆହୁରି ସମୟ ଦେଇ ଉପରୋକ୍ତ ଦାବିଗୁଡ଼ିକ ଉପରେ ସକାରାତ୍ମକ ଭାବରେ ବିଚାର କରନ୍ତୁ ବୋଲି କୁହାଯାଇଛି। ନଚେତ୍ ଆଗାମୀ ଅକ୍ଟୋବର ୨୯ ତାରିଖ ଦିନ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ସମାବେଶ ତଥା ଧାରଣା, ବିକ୍ଷୋଭ ପ୍ରଦର୍ଶନ କରିବାକୁ କର୍ମକର୍ତ୍ତାମାନଙ୍କ ବୈଠକରେ ନିଷ୍ପତ୍ତି ନିଆଯାଇଛି। 

ସରକାରଙ୍କ ପକ୍ଷରୁ ଏହି ବୈଠକରେ ଜଙ୍ଗଲ, ପରିବେଶ ବିଭାଗର ସ୍ବତନ୍ତ୍ର ସଚିବ ଜ୍ୟୋତିର୍ମୟୀ ପ୍ରଧାନ, ଯୁଗ୍ମ ସଚିବ ଦୀନକୃଷ୍ଣ କରଙ୍କ ସହିତ କଟକ, ବଲାଙ୍ଗୀର, ସମ୍ବଲପୁର ସିସିଏଫ୍‌ମାନେ ମଧ୍ୟ ଯୋଗ ଦେଇଥିଲେ। 

ପିସିସିଏଫ୍‌ଙ୍କ ସହିତ ଆଲୋଚନାରେ ସଭାପତି ବିଜୟ କୁମାର ମହାନ୍ତିଙ୍କ ସମେତ ଉପସଭାପତି ଗୋକୁଳ ମେହେର, ବିନୋଦ ପ୍ରଧାନ, ସଂଗଠନ ସମ୍ପାଦକ ସଂଜିତ ମହାନ୍ତି, ରାଜ୍ୟ ସମ୍ପାଦକ ମହମ୍ମଦ ମୂର୍ତ୍ତୁଜା, ରାଜ୍ୟ ସମ୍ପାଦକ ଶିବାନନ୍ଦ ପରିଚ୍ଛା, ରାଜ୍ୟ କୋଷାଧ୍ୟକ୍ଷ ଶ୍ରୀ କ୍ଷେତ୍ର ଚନ୍ଦ୍ର ବାରିକ ପ୍ରମୁଖ ଉପସ୍ଥିତ ଥାଇ ଆଲୋଚନାରେ ଅଂଶ ଗ୍ରହଣ କରିଥିବା ବେଳେ ସଂଘର କର୍ମକର୍ତ୍ତା ବୈଠକରେ ବିଭିନ୍ନ ଡିଭିଜନର ସମ୍ପାଦକ ଝାରସୁଗୁଡା ଡିଭିଜନ ପ୍ରଦୀପ ସାହୁ, ଦେବଗଡ ଡିଭିଜନ ସମ୍ପାଦକ ଭୁପେନ୍ଦ୍ର ପ୍ରସାଦ ନାୟକ, କେଉଁଝର ଡିଭିଜନ ସମ୍ପାଦକ ସଞ୍ଜୟ ଚୌଧୁରୀ, ଫୁଲବାଣୀ ଡିଭିଜନ ଯୁଗ୍ମ ସମ୍ପାଦକ କୀର୍ତ୍ତନ ବେହେରା, ବୌଦ୍ଧ ଡିଭିଜନ ସମ୍ପାଦକ ଶ୍ରୀକାନ୍ତ ମିଶ୍ର, ବଲାଙ୍ଗୀର ଡିଭିଜନ ସମ୍ପାଦକ ରାଜୁ ମେହେର, ଟିଟିଲାଗଡ ଡିଭିଜନ ସମ୍ପାଦକ ରାଜ କୁମାର ବିଶି, ଆଠମଲ୍ଲିକ ଡିଭିଜନ ଯୁଗ୍ମ ସମ୍ପାଦକ ନବ ମାହାର, ଜୟପୁର ଡିଭିଜନ ସମ୍ପାଦକ ଶ୍ରୀରାମ ମାଢ଼ି, ନବରଙ୍ଗପୁର ଡିଭିଜନ ସମ୍ପାଦକ ଭାଗିରଥି ବିଶୋଇ, ବିଜୟ କୁମାର ପଟ୍ଟନାୟକ ଉଦିତ କୁମାର ତ୍ରିପାଠୀ, ରମଣୀ କିଶାନ, ଚିତ୍ରସେନ ନାୟକ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।