ଭୁବନେଶ୍ବର: କେନ୍ଦୁଝରରେ ଆଉ ଗୋଟିଏ ବୃହତ ଇସ୍ପାତ ପ୍ରକଳ୍ପ ପ୍ରତିଷ୍ଠା କରାଯାଉ। ଫଳରେ ଲୁହା ପଥର ଖଣିର ସଠିକ ବିନିଯୋଗ ହେବା ସହ ସ୍ଥାନୀୟ ଅଞ୍ଚଳରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। କେନ୍ଦୁଝରର ଆର୍ଥିକ ବିକାଶ ନେଇ ଆଜି ଲୋକସେବା ଭବନରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାୟକଙ୍କୁ ଭେଟି ଆଲୋଚନା କାଳରେ ଏଭଳି ଦାବି କରିଛନ୍ତି କେନ୍ଦୁଝର ବିକାଶ ପରିଷଦ କର୍ମକର୍ତ୍ତା। ଚମ୍ପୁଆ-କେନ୍ଦୁଝର-ଆନନ୍ଦପୁର ମଧ୍ୟଦେଇ ଧାମରାକୁ ରେଳ ଲାଇନ୍ ସଂଯୋଗ, ଧରଣୀଧର ସ୍ବୟଂଶାସିତ ମହାବିଦ୍ୟାଳୟକୁ ଏକକ ବିଶ୍ବବିଦ୍ୟାଳୟରେ ପରିଣତ କରିବା, ଧରଣୀଧର ଭୂୟାଁଙ୍କ ନାମରେ ଏକ ସ୍ମାରକୀ ଡାକଟିକଟ ପ୍ରଚଳନ, ଘଟଗାଁରେ ପ୍ରସ୍ତାବିତ ଆଦିବାସୀ ସଂଗ୍ରହାଳୟ ପ୍ରତିଷ୍ଠା ସମେତ ପ୍ରାୟ ୧୦ଟି ଦାବି ସମ୍ବଳିତ ଏକ ସ୍ମାରକପତ୍ର ବିକାଶ ପରିଷଦ ପକ୍ଷରୁ ମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଥିଲା। ସଂପୃକ୍ତ ବିଭାଗ ସହିତ ବିସ୍ତୃତ ଆଲୋଚନା କରି ଏ ସମସ୍ତ ଦାବି ଉପରେ ଉଚିତ ପଦକ୍ଷେପ ନେବେ ବୋଲି ମନ୍ତ୍ରୀ ଶ୍ରୀ ନାୟକ ପରିଷଦର କର୍ମକର୍ତ୍ତାଙ୍କୁ ପ୍ରତିଶ୍ରୁତି ଦେଇଥିଲେ।
କେନ୍ଦୁଝରରେ ହେଉ ବୃହତ୍ ଇସ୍ପାତ ଶିଳ୍ପ: କେନ୍ଦୁଝର ବିକାଶ ପରିଷଦ
ଦକ୍ଷତା ବିକାଶ ମନ୍ତ୍ରୀଙ୍କୁ ଭେଟି ଦାବି ଜଣାଇଲେ ପରିଷଦ କର୍ମକର୍ତ୍ତା
/sambad/media/post_attachments/wp-content/uploads/2020/01/5fh465d74h857h89s7h89sf7h98sfhsfhsfhsfhfhsfhsfhsfh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)