ଦୁଇଟଙ୍କିଆ କଏନ୍‌ ଗିଳି ନାବାଳିକା ଗୁରୁତର

କେନ୍ଦୁଝର : କେନ୍ଦୁଝର ସଦର ବ୍ଲକ୍‌ ମହାଦେଇଯୋଡ଼ା ପଞ୍ଚାୟତ ସଲରାପେଣ୍ଠ ଗ୍ରାମର ସୁଲୋଚନା ପେଣ୍ଠେଇ (୮) ଗତକାଲି ଏକ ଦୁଇଟଙ୍କିଆ କଏନ୍‌କୁ ପାଟିରେ ପୂରାଇଥିଲେ। ଅଜାଣତରେ କଏନ୍‌ଟି ଗଳିଯାଇ ତାଙ୍କ ତଣ୍ଟିରେ ଲାଗି ଯାଇଥିଲା। ଫଳରେ ସୁଲୋଚନା ଗୁରୁତର ହୋଇପଡ଼ିଥିଲେ। ପରିବାର ଲୋକେ ତାଙ୍କୁ ପ୍ରଥମେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କ କଟକ ବଡ଼ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସା ପରେ ତାଙ୍କ ତଣ୍ଟିରୁ କଏନ୍‌ଟିକୁ କଢ଼ା ଯାଇଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର