ଭୁବନେଶ୍ବର : ୧୩ ଦଫା ଦାବି ନେଇ ଅଲ୍ ଓଡ଼ିଶା ଅଙ୍ଗନବାଡ଼ି ଲେଡିଜ୍ ୱାର୍କର୍ସ ସଂଘର ଧାରଣା ୩୪ ଦିନରେ ପହଞ୍ଚିଛି। ଆଜି କେନ୍ଦୁଝର ଜିଲ୍ଲାର ହଜାର ହଜାର ଅଙ୍ଗନବାଡ଼ି କର୍ମୀ ଲୋୟର ପିଏମ୍ଜିଠାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ମାସିକ ଭତ୍ତା ସର୍ବନିମ୍ନ ୧୮ହଜାର ଟଙ୍କା, ସହାୟିକାମାନଙ୍କୁ ମାସିକ ୯ ହଜାର ଟଙ୍କା, ଗାଁ କଲ୍ୟାଣ ସମିତିରୁ ଅଙ୍ଗନବାଡ଼ି କର୍ମୀଙ୍କୁ ବାଦ୍ ଦେବା, ଅବସର ବୟସ ସୀମା ୬୫ବର୍ଷକୁ ବୃଦ୍ଧି, କାର୍ଯ୍ୟରତ ଅବସ୍ଥାରେ ଦୁର୍ଘଟଣା ଜନିତ ମୃତ୍ୟୁ ପାଇଁ ୫ ଲକ୍ଷ ଟଙ୍କା, ଗ୍ରୀଷ୍ମ ଦିନେ ଏକ ମାସ ଛୁଟି ପ୍ରଦାନ ଆଦି ୧୩ ଦଫା ଦାବି ନେଇ ସ˚ଘ ପକ୍ଷରୁ ଲୋୟର ପିଏମ୍ଜିରେ ବିକ୍ଷୋଭ ଜାରି ରହିଛି। ରାଜ୍ୟ ସାଧାରଣ ସମ୍ପାଦିକା ସୁମିତା ମହାପାତ୍ର, ସଭାନେତ୍ରୀ ସୌଦାମିନୀ ଦାସ, ବସନ୍ତ ସାହୁ ପ୍ରମୁଖ ଆଜିର ଆନ୍ଦୋଳନର ନେତୃତ୍ବ ନେଇଥିଲେ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp