କେନ୍ଦୁଝର: କାଞ୍ଜିପାଣି ଘାଟିରେ ବସ୍‌ ଓଲଟି ୨୦ ଆହତ

କେନ୍ଦୁଝର: ରବିବାର ପ୍ରତ୍ୟୁଷରେ ଟାଟାରୁ ଅନୁଗୁଳ ଆସୁଥିବା ଘରୋଇ ଯାତ୍ରୀବାହୀ ବସ୍‌ ‘ସାଇବାବା’ କାଞ୍ଜିପାଣି ଘାଟିରେ ଓଲଟି ପଡ଼ିଛି।
ଘାଟି ରାସ୍ତା ଅତ୍ୟନ୍ତ ଖରାପ ଥିବାରୁ ବସ୍‌ ନମ୍ବର ଓଡି୧୧ଏ୧୨୩୨ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା।

ଖବର ପାଇ କାଞ୍ଜିପାଣି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଆମ୍ବୁଲାନ୍‌ସ୍‌ ଯୋଗେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ତେଲକୋଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଛି।

ସମ୍ବନ୍ଧିତ ଖବର