କେନ୍ଦୁଝର: ହାଡ଼ଭଙ୍ଗା ଜାଡ଼ରେ ସାରା କେନ୍ଦୁଝର ଥରୁଥିବା ବେଳେ ଶୀତ ବଜାର ଗରମ ହୋଇଉଠିଛି। କେନ୍ଦୁଝର ସହରରେ ତାପମାତ୍ର ପାଖାପାଖି ୮ ଡିଗ୍ରି ଥିବା ବେଳେ କାଞ୍ଜିପାଣି, ବାଲାଣି, କିରିବୁରୁରେ ପାରଦ ଖସି ୩ ରୁ ୪ ଡିଗ୍ରିରେ ପହଞ୍ଚି ଯାଉଛି। ସ˚ଧ୍ୟା ହେଲେ ଲୋକମାନେ ଶୀତରୁ ରକ୍ଷା ପାଇଁ ଘରୁ ବାହାରୁ ନାହାନ୍ତି। ସକାଳ ୯ଟା ପର୍ଯ୍ୟନ୍ତ ଶୀତ ଲହରି ଲାଗିରହୁଛି । ଆଜି ଦିନ ତମାମ ମେଘୁଆ ପାଗ ହୋଇଥିବା ବେଳେ ଶୀତଲହରି ଜାରି ରହିଥିଲା।
କେନ୍ଦ୍ରୀୟ ପାଣିପାଗ ବିଭାଗ ସୂଚନା ଅନୁଯାୟୀ ଆଜିକେନ୍ଦୁଝରରେ ତାପମାତ୍ରା ସର୍ବନିମ୍ନ ୮.୮ ଡିଗ୍ରି ସେଲ ସେଲସିୟସ ହୋଇଥିବା ବେଳେ ଗତକାଲି ୮.୪ ଡିଗ୍ରି ସେଲସିୟସ ରହିଥିଲା। ୧୯ ତାରିଖରେ ତାପମାତ୍ରା ୭.୬ ଡିଗ୍ରି, ୧୮ ତାରିଖରେ ୯.୮ ଡିଗ୍ରି ସେଲସିୟସ ଓ ୧୭ ତାରିଖରେ ୧୧.୬ ଡିଗ୍ରି ସେଲସିୟସ ରେକର୍ଡ କରାଯାଇଛି । ଆଗକୁ ତାପମାତ୍ରା ଆହୁରି କମିବ ବୋଲି ପାଣିପାଗ ପକ୍ଷରୁ କୁହାଯାଇଛି । ଶୀତରୁ ରକ୍ଷା ପାଇବା ପାଇଁ ଲୋକମାନେ ସକାଳେ ଏବ˚ ସ˚ଧ୍ୟାରେ ନିଆଁ ପୁଇଁ ହେଉଥିବା ନଜରକୁ ଆସୁଛି। ସେପଟେ ଶୀତ ବଜାରରେ ପ୍ରବଳ ଗହଳି ଦେଖିବାକୁ ମିଳୁଛି। କେନ୍ଦୁଝର ସହରର ବିଭିନ୍ନ ରାସ୍ତାକଡ଼ରେ ଶୀତବସ୍ତ୍ରର ପସରା ମେଲିଥିବା ବେଳେ ବିଭିନ୍ନ ସୋରୁମରେ ମଧ୍ୟ ଶୀତବସ୍ତ୍ର ବିକ୍ରି ହେଉଛି।