କେନ୍ଦୁଝର ଟ୍ରକ ଦୁର୍ଘଟଣା: ଉଜୁଡ଼ିଲା ସୁନାସଂସାର

କେନ୍ଦୁଝର : ମୂଲ ଲାଗି ପରିବାରର ୮ ପ୍ରାଣୀଙ୍କ ମୁହଁରେ ଦାନା ଦେଉଥିଲେ କେନ୍ଦୁଝର ଲକ୍ଷ୍ମୀପାଦରେ ରହୁଥିବା ଜୁଡିଆସାହିର ରଥି ମୁଣ୍ଡା (୩୮)। ଗତକାଲି ଷଠିଘରସାହିରେ ଚାଲିଥିବା ବିବାହ ଭୋଜିରେ ରଥି ପାଣି ବୋହୁଥିବା ବେଳେ ତାଙ୍କ ସ୍ତ୍ରୀ ଅଇଁଠା ଖଲିପତ୍ର ଉଠାଇବା କାମ କରୁଥିଲେ। ବିଳମ୍ବିତ ରାତିରେ ରଥି ରାସ୍ତାକଡ଼ରେ ଛିଡ଼ା ହୋଇ ବରଯାତ୍ରୀଙ୍କ ନାଚ ଦେଖୁଥିଲେ। ଏହି ସମୟରେ ଦ୍ରୁତଗତିରେ ଆସୁଥିବା ଟ୍ରକ୍‌ ଲୋକଙ୍କ ଉପରକୁ ମାଡ଼ି ଯାଇଥିଲା। ଏଥିରେ ରଥିଙ୍କ ସମେତ ୫ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ରଥିଙ୍କ ଛୋଟଛୋଟ ୨ଟି ପୁଅ ଓ ୪ ଝିଅ ଅଛନ୍ତି। ସ୍ବାମୀଙ୍କ ମୃତ୍ୟୁ ପରେ ସୁନାର ସଂସାର ଉଜୁଡ଼ି ଯାଇଥିବାରୁ ପତ୍ନୀ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି।

ସମ୍ବନ୍ଧିତ ଖବର