ଚିଠି ଲେଖି ନବୀନଙ୍କୁ ସମର୍ଥନ ଜଣାଇଲେ ପିନାରାଇ ବିଜୟନ୍, କେନ୍ଦ୍ର ଟିକା କିଣି ରାଜ୍ୟମାନଙ୍କୁ ଦେଉ

ଭୁବନେଶ୍ବର : ଟିକାକରଣ ବାବଦରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ୟମକୁ ସମର୍ଥନ ଜଣାଇଛନ୍ତି କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ । ଚିଠି ଲେଖି ନବୀନଙ୍କ ଦାବିକୁ ସମର୍ଥନ ଜଣାଇଛନ୍ତି କେରଳ ମୁଖ୍ୟମନ୍ତ୍ରୀ । କେନ୍ଦ୍ର ସରକାର ଟିକା କିଣି ରାଜ୍ୟମାନଙ୍କୁ ବଣ୍ଟନ କରିବା ଓ ରାଜ୍ୟମାନଙ୍କୁ ଟିକାକରଣ ଯ଼ୋଜନା ପରିଚାଳନା ଲାଗି ନବୀନ ଦାବି କରିଥିଲେ ।

ସେହିପରି ଟିକାଦାନ ନିଷ୍ପତ୍ତି ରାଜ୍ୟ ସରକାରଙ୍କ ଉପରେ ଛାଡିବାକୁ କହିଥିଲେ । ଏହି ମର୍ମରେ ଦେଶର ସମସ୍ତ ମୁଖ୍ୟମନ୍ତ୍ରୀ ଏକାଠି ହୋଇ କେନ୍ଦ୍ର ନିକଟରେ ଦାବି କରିବାକୁ ସମସ୍ତ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ନବୀନ । ଏପରିକି ୬ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ନିଜେ କଥା ହୋଇଥିଲେ । ଏହାପରେ ନବୀନଙ୍କ ଦାବିରେ ସ୍ୱର ମିଳାଇଛନ୍ତି କେରଳ ମୁଖ୍ୟମନ୍ତ୍ରୀ । ଦେଶ କରୋନା ମହାମାରୀ ବିରୋଧରେ ଲଢୁଥିବାବେଳେ ଓଡିଶା ସହିତ ମିଶି ମୁକାବିଲା କରିବା ପାଇଁ ସେ ଇଚ୍ଛୁକ ଥିବା ଚିଠିରେ ଉଲ୍ଲେଖ କରିଛନ୍ତି ।

ସମ୍ବନ୍ଧିତ ଖବର