କେରଳ ବନ୍ୟା ଦୁର୍ଗତଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠକୁ ଦାନ

ଭୁବନେଶ୍ୱର : କେରଳର ବନ୍ୟା ଦୁର୍ଗତଙ୍କ ସହାୟତା ପାଇଁ ଆଜି ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ କରାଯାଇଛି। ଏକାମ୍ର ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ୫୦ ହଜାର ଟଙ୍କା, ଭରତପୁର ଜନସାଧାରଣଙ୍କ ପକ୍ଷରୁ ସୂର୍ଯ୍ୟୋଦୟ ଲାଇବ୍ରେରି ଜରିଆରେ ୩୫ ହଜାର ଟଙ୍କା ଓ ଓଡ଼ିଶା କଲିଂ ଫାଉଣ୍ଡେସନ ପକ୍ଷରୁ ୧୧ ହଜାର ଟଙ୍କା ଦାନ କରାଯାଇଛି। ସଂପୃକ୍ତ ସଂସ୍ଥାଗୁଡ଼ିକର କର୍ମକର୍ତାମାନେ ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ରିଲିଫ ପାଣ୍ଠି ପାଇଁ ଚେକ୍‌ ପ୍ରଦାନ କରିଥିଲେ। ସେମାନଙ୍କୁ ଧନ୍ୟବାଦ ଦେଇଥିଲେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ।

ସମ୍ବନ୍ଧିତ ଖବର