ଓଡ଼ିଆଙ୍କୁ ଧରି ବାହାରିଲା ସ୍ୱତନ୍ତ୍ର ଟ୍ରେନ୍‌

ଭୂବନେଶ୍ୱର : କେରଳ ଫସିଥିବା ଓଡ଼ିଆମାନଙ୍କୁ ଉଦ୍ଧାର କରାଯାଇଛି। ସେମାନଙ୍କୁ ଧରି ଏକ ସ୍ୱତନ୍ତ୍ର ଟ୍ରେନ୍‌ ଆଜି ପୂର୍ବାହ୍ଣ ୧୧ଟାରେ କୋଚୁଭେଲିରୁ ବାହାରିଛି। ଏହି ଟ୍ରେନ୍‌ ବୁଧବାର ସକାଳେ ଭୁବନେଶ୍ୱରରେ ପହଞ୍ଚିବ। ଟ୍ରେନ୍‌ରେ ଉତ୍ତର ଆନ୍ଧ୍ରପ୍ରଦେଶ ଓ ଓଡ଼ିଶାର ଲୋକ ରହିଛନ୍ତି। ମଙ୍ଗଳବାର ସନ୍ଧ୍ୟା ୬ଟା ୩୫ରେ ଟ୍ରେନ୍‌ଟି ବିଶାଖାପାଟଣାମ୍‌ରେ ପହଞ୍ଚିବ। ସେଠାରୁ ୬ଟା ୫୫ରେ ଭୁବନେଶ୍ୱର ଅଭିମୁଖେ ଛାଡ଼ିବ। ରାତି ୧୨ଟା ୫୦ରେ ବ୍ରହ୍ମପୁର ଷ୍ଟେସନ୍‌ରେ ଓ ଭୋର୍‌ ପ୍ରାୟ ୩ଟା ୪୫ରେ ଭୁବନେଶ୍ୱର ଷ୍ଟେସନ୍‌ରେ ପହଞ୍ଚିବ। ଏହାବ୍ୟତୀତ ଏର୍ଣ୍ଣାକୁଲମ୍‌ରୁ ଦୁଇଟି ସ୍ୱତନ୍ତ୍ର ଟ୍ରେନ୍‌ ରବିବାର ହାଓ୍ଵଡା ଅଭିମୁଖେ ବାହାରିଛି। ମଙ୍ଗଳବାର ସକାଳ ୭ଟା ୩୦ରେ ଏହି ଟ୍ରେନ୍‌ଟି ଭୁବନେଶ୍ୱରରେ ପହଞ୍ଚିବ। ଏଥିସହ ଥିରୁଅନନ୍ତପୁରମ୍‌ରୁ ଆଜି ଅପରାହ୍‌ଣ ୨ଟାରେ ଏକ ସ୍ୱତନ୍ତ୍ର ଟ୍ରେନ୍‌ ଆସାମର ସିଲ୍‌ଚାର ଅଭିମୁଖେ ଛାଡ଼ିଛି। ବୁଧବାର ସକାଳେ ଏହି ସ୍ୱତନ୍ତ୍ର ଟ୍ରେନ୍‌ଟି ଭୁବନେଶ୍ୱରରେ ପହଞ୍ଚିବ ବୋଲି ପୂର୍ବର୍ତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି।

ରାଜ୍ୟ ଶ୍ରମ କମିସନରଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାାୟୀ, ସ୍ୱତନ୍ତ୍ର ଟ୍ରେନ୍‌ରେ ଓଡ଼ିଆମାନଙ୍କୁ ଆସିବା ନିମନ୍ତେ ସହାୟତା ଦେବା ପାଇଁ ରାଜ୍ୟ ଶ୍ରମ କମିସନର୍‌ଙ୍କ ନେତୃତ୍ୱରେ ସହକାରୀ ଲେବର୍‌ କମିସନର୍‌ ପି କେ ମହାପାତ୍ର ତ୍ରିଭେନ୍ଦ୍ରମ୍‌ ଦାୟିତ୍ୱରେ ଏବଂ ମାଇଗ୍ରେସନ୍‌ କନ୍‌ସଲ୍‌ଟାଣ୍ଟ୍‌ ଅଧିକାରୀ ବି ବି ଆଚାର୍ଯ୍ୟ ଏରନାକୁଲମ୍‌ ଦାୟିତ୍ୱରେ ଅଛନ୍ତି। କେରଳର ଓଡ଼ିଆ ସମାଜର କର୍ମକର୍ତ୍ତାମାନେ ଏ ନେଇ ସରକାରଙ୍କୁ ସହାୟତା କରୁଛନ୍ତି।

ସମ୍ବନ୍ଧିତ ଖବର